ନାଲକୋ ବିଦ୍ୟୁତ ମଜଦୂର ସଂଘ ପକ୍ଷରୁ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି
ବଅଁରପାଳ, ୨୩ / ୦୩ : ଶନିବାର ଦିନ ସଂନ୍ଧ୍ୟାରେ ନାଲକୋ ବିଦ୍ୟୁତ ମଜଦୂର ସଂଘ କାର୍ଯ୍ୟାଳୟ ଠାରେ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଜଣେ ନିଷ୍କଳଙ୍କ ଓ ରାଜନୈତିକ ବ୍ୟକ୍ତି ହିସାବରେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ ବୋଲି ସମସ୍ତ ସଦସ୍ୟ ପ୍ରକାଶ କରିଥିଲେ। ଶ୍ରମିକ ମାନଙ୍କ ପ୍ରତି ସେ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ସଂଘର ସଦସ୍ୟମାନେ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଥିଲେ। ସଭା ଶେଷରେ ୨ ମିନିଟ ନିରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା। ଏଥିରେ ସଂଘର ଉପଦେଷ୍ଟା ବିନୟ ତ୍ରିପାଠୀ, ସଭାପତି ପ୍ରକାଶ ସିଂ, ସାଧାରଣ ସମ୍ପାଦକ ସୁଜିତ ଶେଠ୍, ଉପ ସାଧାରଣ ସମ୍ପାଦକ ମନୋଜ ଅମାନ୍ତ ସମେତ ଗୁଣନିଧି ଆରୁଖ, ବସନ୍ତ ଗଡ଼ନାୟକ, ଅକ୍ଷୟ ନାୟକ, ଦେବାନନ୍ଦ ବେହେରା, କିଶୋର ରାଉତ, ସୁବାସ କାଲିଆ, ସୁବାସ ସାହୁ, ବିପ୍ଳବ,ସମୀର ସିଂ, ସୁନିଲ ସାହୁ ,ନରେନ ସ୍ବାଇଁ, ହିମାଂଶୁ ଧୀର ,ମୁନୁ ତାଣ୍ଡିଆ, ମାଧବ ଶେଠୀ,ପ୍ରମୁଖ ବହୁ ସଦସ୍ୟ ଯୋଗଦେଇଥିଲେ।