*ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ଜଳ ଦିବସ ପାଳିତ*

*(ଜଳସମ୍ପଦର ସଂରକ୍ଷଣକୁ ଗୁରୁତ୍ବ)* ବରଗଡ଼ (ପବିତ୍ର ମେହେର) ::ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଜଳସମ୍ପଦର ସଂରକ୍ଷଣ ଓ ତାର ସଦୁପଯୋଗ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ବିଶ୍ଵ ଜଳ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଇକୋ କ୍ଳବ ମାଷ୍ଟର ଟ୍ରେନର ସଂଜୟ ଖମାରୀ ଚଳିତ ବର୍ଷ ବିଶ୍ଵ ଜଳ ଦିବସର ପ୍ରସଙ୍ଗ “ହିମଶୈଳ ସଂରକ୍ଷଣ” ବିଷୟରେ ଆଲୋକପାତ କରିବା ସହ ବ୍ୟକ୍ତିଗତ ଓ ସାମୁହିକ ଭାବରେ ମଧୁର ଜଳକୁ ଅପଚୟ ନ କରି ଜୀବନ ଶୈଳୀର ସମସ୍ତ ପର୍ଯ୍ୟାୟରେ ଜଳର ଆବଶ୍ୟକତାକୁ ଉପଲବଧି କରି ଏହାର ସଂରକ୍ଷଣ ବିଷୟରେ ଯତ୍ନଶୀଳ ହେବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ।ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନାୟକ ଜଳ ସଂରକ୍ଷଣ କରିବା ପାଇଁ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।ଜଳ ଉପରେ ଆଧାରିତ କୁଇଜ୍ ପ୍ରତିଯୋଗୀତାରେ ଦୀପ୍ତି ସା, ଚେତନାଶ୍ରୀ ଦାସ ଏବଂ ଅଂଶୁମାନ ଚୌଧୁରୀ ଯଥାକ୍ରମେ ପ୍ରଥମ,ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ଫୁଲଚାରା ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ଏଥିରେ ବିଦ୍ୟାଳୟର ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ, ଶକ୍ତି କ୍ଲବ, ମାନକ କ୍ଲବ,ହୋମି ଭାବା ବିଜ୍ଞାନ କ୍ଲବ, ସାର୍ ସି ଭି ରମଣ ବିଜ୍ଞାନ କ୍ଲବ୍,ଗଣିତ କ୍ଲବର ସଦସ୍ୟ ଅଂଶ ଗ୍ରହଣ କରିଥିବା ବେଳେ ଶିକ୍ଷକ ତେଜରାମ ସା, ବୋଧରାମ ବିଶ୍ବାଳ,ଅଙ୍କିତ ମହନ୍ତ, ପ୍ରଶାନ୍ତ ମହାପାତ୍ର,ଆଶୁତୋଷ ଭୋଇ,ସୁବାସ ଚନ୍ଦ୍ର ଖମାରୀ ଏବଂ ପଦ୍ମଲୋଚନ ବିଶି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଶିକ୍ଷକ ଶ୍ରୀପତି ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ଅନୀତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।