କାଶିପାଲି ହନୁମାନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କଳସ ଯାତ୍ରା

ଅମ୍ବାଭୋନା- ଅଦ୍ୟ ତା ୨୩/୦୩/୨୦୨୫ ରବିବାର ଦିନ ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ଦ୍ୱାରୀ ପଞ୍ଚାୟତର କାଶିପାଲି ହନୁମାନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ପୂଜାର୍ଚ୍ଚନା କରି ଦ୍ଵାରୀ ପେନ୍ ଖେଇ ପୋଖରୀ ରୁ ଶତାଧିକ ମହିଳା, ବାଳିକା ପୂର୍ଣ୍ଣ କଳସ ଧରି ହୁଳହୁଳି ଧ୍ୱନି ଦେଇ ଶୋଭାଯାତ୍ରାରେ କାଶିପାଲି ମନ୍ଦିର ନିକଟ ପହଞ୍ଚି କଳସ ସ୍ଥାପନ କରିଥିଲେ । ଆସନ୍ତାକାଲି ତା ୨୪/୦୩/୨୦୨୫ ସୋମବାର ଦିନ ବୀର ହନୁମାନଙ୍କ ବିଗ୍ରହ ସ୍ଥାପନ କରାଯିବ । ଭକ୍ତଙ୍କ ପାଇଁ କୃଷ୍ନଗୁରୁ , ସଙ୍କୀର୍ତ୍ତନ ଓ ଅନ୍ନଭୋଗ ର ବ୍ୟବସ୍ଥା କରାଯାଇଛି ।