ଅର୍ଡାବାହାଲ ଇଂରଜୀ ମାଧ୍ୟମ ସ୍କୁଲ୍ ର ବାର୍ଷିକ ଉତ୍ସବ ପାଳିତ
କୁଚିଣ୍ଡା,୨୪/୦୩. କୁଚିଣ୍ଡା ବ୍ଲକ ଅର୍ଡାବାହାଲ ସ୍ଥିତ ଶାନ୍ତି ନାରାୟଣ ଇଂରେଜୀ ମାଧ୍ୟମ ସ୍କୁଲ୍ ର ଦ୍ୱାଦଶ ତମ ବାର୍ଷିକ ଉତ୍ସବ ସମାରୋହର ସହ ପାଳିତ ହୋଇ ଯାଇଛି । ଅନୁଷ୍ଠାନ ର ନିର୍ଦ୍ଦେଶକ ଜୟନାରାୟଣ ଜେନା ଙ୍କ ସଭାପତିତ୍ବ ରେ ଆୟୋଜିତ ଉତ୍ସବରେ କୁଚିଣ୍ଡା ଆଦିବାସୀ ସମନ୍ୱୟ ସଂସ୍ଥା ର ଯୋଜନା ପ୍ରଶାସକ ହେମ ସାଗର ଭୋଇ ମୁଖ୍ୟ ଅତିଥି ଓ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ କଲ୍ହେଇ ପାଲି କଲେଜର ଅଧ୍ୟକ୍ଷ ଡିଲେଶ୍ୱର ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଆତିଥି ଗଣା ତାଙ୍କ ଭାଷଣରେ ଶିକ୍ଷାର ମହନୀୟତା ଉପରେ ବକ୍ତବ୍ୟ ରଖିଥିଲେ ।ଏହି ଅବସରରେ ସ୍କୁଲ୍ ର ପ୍ରତିଷ୍ଠାତା ସଭ୍ୟ ସୁବାସ ଚନ୍ଦ୍ର ନାୟକ ଙ୍କୁ “ବହୁ ମୁଖୀ ପ୍ରତିଭା ସମ୍ମାନ “ରେ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀ ଭୋଇ ଶ୍ରୀ ନାୟକ ଙ୍କୁ ସମ୍ମାନିତ କରିଥିବା ବେଳେ ସହକାରୀ ଦିବ୍ୟ ଲୋଚନ ସାହୁ ମାନପତ୍ର ପାଠ କରିଥିଲେ । ଏତତ୍ ବ୍ୟତୀତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ। ନିର୍ଦ୍ଦେଶକ ଶ୍ରୀ ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମ କୁ ଗଙ୍ଗା ନାରାୟଣ ଦାସ, ଦିବ୍ୟ ଲୋଚନ ସାହୁ , ତ୍ରିବେଣୀ ପଟେଲ , ଝରଣା ପଟେଲ , ଅଲିଭା ପଟେଲ ପୁଷ୍ପାଞ୍ଜଳୀ ପଟେଲ ,ବିଜୁ ଭଇଁସା, ମିତୁଳରାଣୀ ଦେଓ,ଝୁମିରାଣୀ ଦାସ,ରେବତୀ ପାଳ,ପ୍ରିୟଙ୍କା ଧାନ ଓ ଦୀପାଞ୍ଜଲି କିସାନ ପରିଚାଳନା କରିଥିଲେ। ଶେଷ ରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଆକର୍ଷଣୀୟ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥଲେ।