ଭୂବନେଶ୍ବର, ୨୫/୦୩ : ଆଜି ନୂଆଦିଲ୍ଲୀ ଫେରି ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସକାଳ ୯ଟା ସମୟରେ ରାଷ୍ଟ୍ରପତି ରାଜଭବନରୁ ବାହାରି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ।
ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶରେ ପହଞ୍ଚିଥିଲେ। ଛତିଶଗଡ଼ ରାୟପୁରର ସ୍ବାମୀ ବିବେକାନନ୍ଦ ବିମାନବନ୍ଦରରୁ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଆସି ସେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ।ଏହାପରେ ବାୟୁସେନା ବିମାନ ଯୋଗେ ରାଷ୍ଟ୍ରପତି କଣ୍ଟିଲୋ ନୀଳମାଧବ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। କଣ୍ଟିଲୋସ୍ଥିତ ଅତିଥି ଭବନରେ ସାମୟିକ ବିଶ୍ରାମ ନେବା ପରେ ଅପରାହ୍ଣ ୩ଟା ୫ ମିନିଟରେ ନୀଳମାଧବ ମନ୍ଦିର ଦର୍ଶନ କରିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ମନ୍ଦିରକୁ ଫୁଲରେ ସୁସଜ୍ଜିତ କରାଯିବାସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଏହାପରେ ନୟାଗଡ଼ର କାଳିଆପଲ୍ଲୀଠାରେ ଭାରତୀୟ ବିଶ୍ବାବସୁ ସମ୍ପ୍ରଦାୟର ମହାଯଜ୍ଞରେ ସାମିଲ ହୋଇଥିଲେ ରାଷ୍ଟ୍ରପତି। କାର୍ଯ୍ୟକ୍ରମ ସାରି ସେ ଭୁବନେଶ୍ଵର ଫେରି ଆସିଥିଲେ ଏବଂ ରାଜଭବନରେ ରାତ୍ରୀଯାପନ କରିଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


