
*ନାକଫଟା ଦୁର୍ଗନ୍ଧରେ ଫାଟି ପଡୁଛି ଅଳିଆ ଆବର୍ଜନା କୁଣ୍ଡ: ଫେଲ ମାରିଛି ପରିମଳ ବ୍ୟବସ୍ଥା , ସବୁଜାଣି ସୁଦ୍ଧା ପ୍ରଶାସନ ନୀରବ*
ବରଗଡ:୨୪/୩(ପବିତ୍ର ମେହେର ) ଓଡିଶାର ଭାତ ହାଣ୍ଡି ଭାବରେ ବରଗଡ ଜିଲ୍ଲା ଅତାବିରା ବ୍ଲକ ପ୍ରସିଦ୍ଧ ଲାଭ କରିଥିବା ବେଳେ ବ୍ଲକ ଅନ୍ତର୍ଗତ ଟୋପ ଗ୍ରାମ ପଂଚାୟତରେ ପରିମଳ ବ୍ୟବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ଏ ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରସାରଣ ହେଲେ ସୁଦ୍ଧା ପଂଚାୟତ ପ୍ରଶାସନ ଘୋର ନିଦ୍ରାରେ ଶୋଇପଡିଥିବା ମନେ ହୁଏ।ସରକାର ଜନ କଲ୍ୟାଣ ପାଇଁ ଅନେକ ଯୋଜନା କରୁଥିଲେ ହେଁ ଏଠି ସବୁ ଯୋଜନା ଫେଲ୍ ମାରିଛି ବୋଲି ଲୋକେ କୁହା କୁହି ହେଉଥିବା ବେଳେ, ବଡ଼ ବଡ଼ିଆ ସରକାରୀଆ ବାବୁ ତଥା ଜିଲ୍ଲା ପ୍ରଶାସନ ସିଂହପାଲି ଗାଁକୁ ଅନେକ ଥର ଆସିଥିଲେ ହେଁ କଣ ଦେଖି ପାରୁନାହାନ୍ତି ଅଳିଆ ଆବର୍ଜନା କୁଣ୍ଡର ଏପରି ବାସ୍ତବ ଚିତ୍ର ? ମନେ ହେଉଛି ସତେ ଯେମିତି କାହାରି ନଜର ପଡୁନାହିଁ ।ନଜର ପଡ଼ିବ ବା କେମିତି।ଅଳିଆ ଆବର୍ଜନା କୁଣ୍ଡ ଯେଉଁ ଜାଗାରେ ଅଛି ତା ସାମ୍ନାରେ ଅଛି ଗାଁ ମୁଖିଆ ଶିବ ମେହେରଙ୍କ ବାସଗୃହ? ତେବେ ଟୋପ ଗ୍ରାମ ପଂଚାୟତ ସାମ୍ନାରେ ସବୁ ଆଇନ କାନୁନ ଫିକା ପଡ଼ି ଯାଉଛି କାହିଁକି? ଏନେଇ ଖବର ପ୍ରସାରଣ ହେଲା ପରେ ସବୁ ଜାଣି ଅଜଣା ଚାଉଳ ର ଭାତ କେତେ ସୁଆଦ ତାହା ଚାଖିବା ପାଇଁ ଜିଲ୍ଲା ପ୍ରଶାସନ ସିଂହପାଲି ଗାଁ କୁ ସ୍ୱଚ୍ଛ ନିର୍ମଳ ପରିବେଶ ସୃଷ୍ଟି କରିବା ପାଇଁ କେତେ ତତ୍ପରତା ଦେଖାଉଛି ତାହା ଆଗାମୀ ସମୟ ହିଁ କହିବ।ଲୋକେ କୁହା କୁହି ହେଉଛନ୍ତି “ସ୍ୱର୍ଗ କୁ ନିଶୁଣି ନାହିଁ ତ ବଡ଼ ଲୋକଙ୍କୁ ଉତ୍ତର ନାହିଁ”? ସରକାରଙ୍କ ସବୁ ଯୋଜନା କିପରି ବାଟବଣା ହେଉଛି ତାହା ଏଠାରେ ଜଳଜଳ ହୋଇ ଦିଶୁଛି।