ଜାତୀୟ ରାଜପଥ 520ରେ ଅବୈଧ ପାର୍କିଂ ଓ ବେପରୁଆ ଭାବରେ ଗାଡ଼ିଚାଳନା ଯୋଗୁ ବୃଦ୍ଧିପାଇଛି ଦୁର୍ଘଟଣା

କେନ୍ଦୁଝର ଜିଲ୍ଲା ଖଣିଜ କ୍ଷେତ୍ର ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ଜାତୀୟ ରାଜପଥ 520 ରେ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ପରିଲକ୍ଷିତ ହୁଏ। ସେହିଭଳି ଏକ ମର୍ମନ୍ଦୁନ୍ତ ସଡ଼କ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି ବଡ଼ବିଲ ଥାନା ଅନ୍ତର୍ଗତ ଟୋଣ୍ଟ ଅଞ୍ଚଳରେ । ହାଇୱା ଗାଡ଼ି ଏବଂ ଟ୍ରକ ମଧ୍ୟରେ ଭୟାବହ ଧକ୍କା ହୋଇଥିଲା । ଯାହାକି ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନା ଓ ଅବୈଧ ପାର୍କିଂ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୁଏ। ଏହି ଜାତୀୟ ରାଜପଥ 520ରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି ଏବଂ ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଦରକାର। ଦୁର୍ଘଟଣା ଘଟିଥିବା ହାଇୱା ଗାଡ଼ିର ଡ୍ରାଇଭର କୁ ଜନସାଧାରଣ , ପୁଲିସ ଓ ବଡ଼ବିଲ ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ସହଯୋଗରେ ଗାଡ଼ିରୁ ବାହାରକରି ଆମ୍ବୁଲାନ୍ସ ଯୋଗେ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ପଠାଯାଇଥିବା ନେଇ ସୂଚନା। ପ୍ରକାସ ଥାଉକି ଏହି 520 ନମ୍ବର ଜାତୀୟ ରାଜପଥ ରେ ଅଘୋଷିତ

ପାର୍କୀଙ୍ଗ ଓ ବେପରୁଆ ଓ ଦ୍ରୁତ ଗତିରେ ଗାଡି ଚାଳନା କାରଣରୁ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଛି। ସ୍ଥାନୀୟ ଲୋକ ଏହି ସମସ୍ୟା ଉପରେ ପ୍ରଶାସନ ଦ୍ଵାରା କଠୋର ପଦକ୍ଷେପ ଗ୍ରହଣ କରାଗଲେ ଏଭଳି ଦୁର୍ଘଟଣାକୁ ଏଡାଇବା ଦିଆ ଯାଇ ପାରିବ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହୁଏ ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
