ଭୂବନେଶ୍ୱର, ୨୬/୦୩ : ଆଜି ଛତିଶଗଡ଼ର ସୁକମା ଜିଲାରେ ୯ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ନାମରେ ୨୬ ଲକ୍ଷ ଟଙ୍କାର ସାମୂହିକ ପୁରସ୍କାର ଘୋଷଣା କରାଯାଇଥିଲା। ଆତ୍ମସମର୍ପଣକାରୀ ନକ୍ସଲଙ୍କ ମଧ୍ୟରେ ଛଅ ଜଣ ମହିଳା ଅଛନ୍ତି ବୋଲି ସୁକମା ପୁଲିସ ଅଧିକ୍ଷକ କିରଣ ଚଭନ କହିଛନ୍ତି। ଏସପି କିରଣ ଚଭନ କହିଛନ୍ତି ଯେ ସୁରକ୍ଷା ବାହିନୀର ଚାପ ବୃଦ୍ଧି ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ପୁଲିସ ଶିବିର ପ୍ରତିଷ୍ଠା ଯୋଗୁଁ ନକ୍ସଲମାନେ ପଛକୁ ହଟିଛନ୍ତି।
ଦୂରଦୂରାନ୍ତ ଗ୍ରାମଗୁଡ଼ିକରେ ବିକାଶକୁ ସହଜ କରିବା ପାଇଁ ରାଜ୍ୟ ସରକାରଙ୍କ ‘ନିଆଦ ନେଲାନାର (ଆପଣଙ୍କର ଭଲ ଗାଁ)’ ଯୋଜନା ଦ୍ୱାରା ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ପ୍ରଭାବିତ କରିଥିଲା। ଆତ୍ମସମର୍ପଣ କରିଥିବା କ୍ସଲଙ୍କ ମଧ୍ୟରୁ, ପିପୁଲ୍ସ ଲିବରେସନ ଗରିଲା ଆର୍ମି (ପିଏଲଜିଏ) କମ୍ପାନୀ ନମ୍ବର ୨ର ସଦସ୍ୟ ବାଣ୍ଡୁ ଓରଫ ବାଣ୍ଡି ମାଡକାମ (୨୨)ଙ୍କ ମୁଣ୍ଡରେ ୮ ଲକ୍ଷ ଟଙ୍କା ପୁରସ୍କାର ଥିଲା, ସେ କହିଛନ୍ତି। ଏରିଆ କମିଟି ସଦସ୍ୟ ମାସେ ଓରଫ ଭେଟି କାନି (୪୫) ଏବଂ ପଦମ ସାମ୍ମି (୩୨)ଙ୍କ ମୁଣ୍ଡରେ ୫ଲକ୍ଷ ଟଙ୍କା ପୁରସ୍କାର ଥିଲା। ସେ କହିଛନ୍ତି ଯେ ଜଣେ ମହିଳା ଏବଂ ତିନି ଜଣ ପୁରୁଷ କ୍ୟାଡରଙ୍କ ପିଛା ୨ ଲକ୍ଷ ଟଙ୍କା ପୁରସ୍କାର ଥିଲା। ଏସପି କିରଣ ଚଭନ ପୁଣି କହିଛନ୍ତି ଯେ ବାଣ୍ଡୁ ବିଭିନ୍ନ ନକ୍ସଲ ଆକ୍ରମଣରେ ସମ୍ପୃକ୍ତ ଥିଲେ, ଯେଉଁଥିରେ୨୦୨୦ ରେ ସୁକମାରେ ମିନପା ଆମ୍ବୁସ୍ ହୋଇଥିଲା ଯେଉଁଠାରେ ୧୭ଜଣ ସୁରକ୍ଷା କର୍ମୀ ନିହତ ହୋଇଥିଲେ। ଆତ୍ମସମର୍ପଣ କରିଥିବା ଅନ୍ୟ କ୍ୟାଡରମାନେ ମଧ୍ୟ ସୁରକ୍ଷା ବାହିନୀ ଉପରେ ଅନେକ ଆକ୍ରମଣରେ ସାମିଲ ଥିଲେ। ଚିନ୍ତଲନାର ପୋଲିସ ଷ୍ଟେସନ, ଜିଲା ରିଜର୍ଭ ଗାର୍ଡ, ଇଣ୍ଟେଲିଜେନ୍ସ ବ୍ରାଞ୍ଚ, ସିଆରପିଏଫ ଏବଂ ଏହାର ଏଲିଟ୍ ୟୁନିଟ୍ କୋବ୍ରାର କର୍ମଚାରୀମାନେ ସେମାନଙ୍କ ଆତ୍ମସମର୍ପଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।