ବନ୍ଧ ପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ବିଂଶତମ ବାର୍ଷିକୋତ୍ସବ

ବରଗଡ:୨୭/୩(ପବିତ୍ର ମେହେର ) ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲାଦର ପାଲି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ , ବନ୍ଧପଡ଼ା ରେ ପ୍ରଧାନ ଶିକ୍ଷକ ଡାକ୍ତର ବିଶି ଙ୍କ ସଭାପତିତ୍ବରେ ବିଦ୍ୟାଳୟ ର ବିଂଶତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ବାର୍ଷିକୋତ୍ସବ ରେ ମୁଖ୍ୟ ଅତିଥି ଭାବରେ ଆନନ୍ଦ କୁମାର ସ୍ବାଇଁ, ଅତାବିରା ବ୍ୟାଙ୍କ୍ ଅଫ ବରୋଦା ଶାଖା ପ୍ରବନ୍ଧକ, ମୁଖ୍ୟ ବକ୍ତା ଭାବରେ ଅନୁସୂୟା ଦେବତା , କବୟିତ୍ରୀ, ସମାଜସେବୀ ତଥା ବିଜ୍ଞାନ ଶିକ୍ଷୟିତ୍ରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ,ଟୋପ, ସମ୍ମାନିତ ଅତିଥି ଭାବେ ଅତାବିରା ନୋଡାଲ ସି ଆର୍ ସି ସି ନୃପ ଭୁଏ , ବୁଗୁବୁଗା ସ୍କୁଲ୍ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ବେହେରା, ଅବସର ଶିକ୍ଷକ ଶଙ୍କର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ବିଦ୍ୟାଳୟ ପ୍ରବେଶ ଦ୍ୱାରରୁ ବିନୟl ବିଶି ଛାତ୍ର ଛାତ୍ରୀ ଙ୍କୁ ନେଇ ନିମନ୍ତ୍ରିତ ଅତିଥି ମାନଙ୍କ ପାଦ ଧୌତ କରି ,ଫୁଲ ଚନ୍ଦନ ଦେଇ ପାଛୋଟି ନେଇଥିଲେ । ଶିକ୍ଷୟିତ୍ରୀ ଆଶା ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ସଂଯୁକ୍ତା ପ୍ରଧାନ ଓ ରିନିଶ୍ରି ବିଶି ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ବିଘ୍ନରାଜ ଗଣେଶ ଙ୍କୁ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସି ଆର୍ ସି ସି ଶ୍ରୀ ଭୁଏ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଶ୍ରୀ ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ । ଛାତ୍ର ଛାତ୍ରୀ ଙ୍କ ଚରିତ୍ର ଗଠନ ଦିଗରେ ନୈତିକ ମୂଲ୍ୟବୋଧ ର ଆବଶ୍ୟକତା , ପିତାମାତା ଙ୍କ ଦାୟିତ୍ଵ ବୋଧ ଓ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ଛାତ୍ର ଛାତ୍ରୀ ମାନଙ୍କ ପ୍ରତିଭାର ବିକାଶ ଉପରେ ମୁଖ୍ୟ ବକ୍ତା ଶ୍ରୀମତୀ ଦେବତା ଆଲୋକପାତ କରିଥିଲେ । ମଞ୍ଚାସିନ ସମସ୍ତ ଅତିଥି ଛତ୍ର ଛାତ୍ରୀ ଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରି ତାଙ୍କର ଅନ୍ତର୍ନିହିତ ପ୍ରତିଭା ର ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୬୧ ଜଣ କୃତି ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ସହ , ପାଠ୍ୟ ପୁସ୍ତକ, ପାଠ୍ୟ ସାମଗ୍ରୀ ଆଦି ପ୍ରଦାନ କରାଯାଇ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।

ଶ୍ରେଣୀରେ ସର୍ବାଧିକ ନମ୍ବର ରଖିଥିବା ପ୍ରଥମ୍ ଶ୍ରେଣୀ ଛାତ୍ରୀ ପ୍ରିୟଙ୍କା ସାହୁ, ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ବିଷ୍ଣୁପ୍ରିୟା ମହାନନ୍ଦ , ତୃତୀୟ ଶ୍ରେଣୀ ଛାତ୍ରୀ ଆରୋଷି ଭୁଏ, ଚତୁର୍ଥ ଶ୍ରେଣୀ ଛାତ୍ରୀ ସୋନାଲି ପ୍ରଧାନ ଓ ପଞ୍ଚମ ଶ୍ରେଣୀ ଛାତ୍ରୀ କାଜଲ ବାରିକ ଙ୍କୁ ଟ୍ରଫି ଓ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ କମିଟିର ଅଧ୍ୟକ୍ଷ ପାଣ୍ଡବ ସାହୁ, ତଥା କମିଟିର ସଦସ୍ୟ ସଦସ୍ୟା ତଥା ଗ୍ରାମବାସୀ ସହଯୋଗ କରିଥିଲେ ।ଶେଷରେ ଶିକ୍ଷୟିତ୍ରୀ ଅଳକା ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ । ମଧ୍ୟାହ୍ନ ଭୋଜନ ପରେ କୁନି କୁନି ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଧିରେ ଧିରେ ଲୁପ୍ତ ପାଇ ଯାଉଥିବା ପୁରୁଣା ସଙ୍ଗୀତ ନୃତ୍ୟ ତଥା ଆଦିବାସୀ ନୃତ୍ୟ ରେ ଦର୍ଶକ ଝୁମି ଉଠିଥିଲେ ।

