ଭୂବନେଶ୍ଵର: ବର୍ତ୍ତମାନ ସମୟରେ ବ୍ରଜପାତ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସାରା ଦେଶ ଭିତରେ ଓଡିଶାରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ସବୁଠୁ ଅଧିକ । ଗତ ୫ ବର୍ଷରେ ରାଜ୍ୟରେ ବଜ୍ରପାତରେ ଯାଇଛି ୧୪୧୮ ଜୀବନ । ୨୦୨୦-୨୦୨୫ ମସିହା ୫ ବର୍ଷ ମଧ୍ୟରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ବଜ୍ରପାତରେ । ବିଗତ ୫ ବର୍ଷରେ ମୟୂରଭଞ୍ଜରେ ବଜ୍ରପାତରେ ଯାଇଛି ସର୍ବାଧିକ ୧୩୪ ଜଣଙ୍କ ଜୀବନ ।
ସେହିଭଳି ଦେବଗଡ଼ରେ ବଜ୍ରାଘାତରେ ସର୍ବନିମ୍ନ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହି ମୃତ୍ୟୁ ସଂଖ୍ୟା ରୋକିବାକୁ ସରକାରୀ ସ୍ତରରେ ଆରମ୍ଭ ହୋଇଛି ବଡ଼ ଯୋଜନା । ବଜ୍ରପାତ ଅବରୋଧ କରିବାକୁ ସାରା ରାଜ୍ୟରେ ଲାଗିବ ତାଳ ଗଛ । ବଜ୍ରପାତ ରୋକିବା ନିମନ୍ତେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ରାଜ୍ୟର ବିଜ୍ଞାପିତ ଜଙ୍ଗଲ ଓ ବ୍ଲକ ସୀମା ମଧ୍ୟରେ ୨୩ ଲକ୍ଷ ତାଳଗଛ ଲଗାଇବା ପାଇଁ ୭,୫୯ କୋଟି ଟଙ୍କା ପ୍ରଦାନ କରାଯାଇଛି ।ବର୍ତ୍ତମାନ ସୁଦ୍ଧା ୫୧ ଖଣ୍ଡ ବନଖଣ୍ଡରେ ମୋଟ ୧୯ ଲକ୍ଷ ତାଳ ବୃକ୍ଷ ଚାରା ରୋପଣ କରାଯାଇଛି । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ରାଜସ୍ଵ ଓ ବିପର୍ଯ୍ୟଯ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


