କଟକ: ଓଡ଼ିଶା ହାଇକୋର୍ଟ ଜଜ୍ଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି । ବିଚାରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନାଙ୍କୁ ଆହ୍ଲାବାଦକୁ ବଦଳି କରାଯାଇଛି । ଏନେଇ ଆଇନ୍ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ଜାନୁୟାରୀ ୨୦ରେ ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିଲେ ଜଷ୍ଟିସ୍ ଅରିନ୍ଦମ ସିହ୍ନା ।
ଜଷ୍ଟିସ ଅରିନ୍ଦମ ସିହ୍ନା ପଶ୍ଚିମବଙ୍ଗରେ ୧୯୬୫ ସେପ୍ଟେମ୍ବର ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଆଇନ ଶିକ୍ଷା ଶେଷ କରିବା ପରେ ୧୯୯୧ ମାର୍ଚ୍ଚ ୧୧ ତାରିଖରେ ଆଇନଜୀବୀ ଭାବେ ନାମ ପଞ୍ଜିକରଣ କରିଥିଲେ । ୨୦୧୬ ମାର୍ଚ୍ଚ ୧୪ ତାରିଖରେ କଲିକତା ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ ଜଷ୍ଟିସ ଅରିନ୍ଦମ ସିହ୍ନା ।ଏହାପରେ ୨୦୨୧ରେ ତାଙ୍କୁ ଓଡିଶା ହାଇକୋର୍ଟକୁ ବଦଳି କରାଯାଇଥିଲା । ୨୦୨୧ ଅକ୍ଟୋବର ୮ରେ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରି ସେବେଠାରୁ କାର୍ଯ୍ୟ କରି ଆସୁଛନ୍ତି ସିହ୍ନା । ଓଡିଶାରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି ଜଷ୍ଟିସ ଅରିନ୍ଦମ ସିହ୍ନା ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


