ଅର୍ଡାବାହାଲ ଉଚ୍ଚ ମାଧ୍ୟମିକ ସ୍କୁଲରେ ପିତା -ମାତା ଅଂଶି ଦାର ସମାବେଶ ଅନୁଷ୍ଠିତ

କୁଚିଣ୍ଡା :୨୭/୩: କୁଚିଣ୍ଡା ଉପଖଣ୍ଡର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଅର୍ଡାବାହାଲ ସ୍ଥିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୁଚିଣ୍ଡା ଆଇ. ଟି. ଡି. ଏ. ର ପି. ଏ. ହେମ ସାଗର ଭୋଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରୀ ମାନଙ୍କ ପିତା ମାତା ଏହି ଅନୁଷ୍ଠାନର ଏକ ଅଂଶ ହୋଇ ଥିବାରୁ ଛାତ୍ରେ ମାନଙ୍କୁ କୌଣସି ଚାପ ନ ଦେଇ ଯୁକ୍ତ ଦୁଇ ପରେ ନିଜ ଶିକ୍ଷା ର ରଥ କୁ ଆଗେଇ ନେବାକୁ ସହାୟକ ଦେବାକୁ ଆହ୍ବାନ ଦେଇଥିଲେ ।ମୁଖ୍ୟ ବକ୍ତା ଭାବରେ କୁଚିଣ୍ଡା ର ଅବସର ପ୍ରାପ୍ତ ଏ. ବି.ଇ .ଓ. ଗୌରାଙ୍ଗ କୁସୁମ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସରକାରି କାର୍ଯ୍ୟକ୍ରମ ଗୁଡ଼ିକର ସୂଚନା ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣା କର ନିଶାନ,ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରଭାତ ବେହେରା, ଡ଼ ବ୍ଲୁ ଇ ଓ ଆଶିଷ କୁମାର ନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଛାତ୍ରୀ ମାନଙ୍କ ସକାଶେ ପିତା ମାତା ଙ୍କ କର୍ତ୍ତବ୍ୟ ସମ୍ପର୍କରେ କହିଥିଲେ ।ପ୍ରାରମ୍ଭରେ ଅଧ୍ୟକ୍ଷ ରଞ୍ଜନ ନାଏକ ସ୍ଵାଗତ ଭାଷଣ ଦେବା ସହ ସ୍କୁଲ ବିଗତ ଚାରିବର୍ଷ କିପରି ଶତ ପ୍ରତିଶତ ପାସ ହର ରଖି ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଛି ତାର ସୂଚନା ଦେଇଥିଲେ ।ଛାତ୍ରୀ ଗଣ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ସଭାପତି ଶ୍ରୀ ଭୋଇ ଅନୁସୂଚିତ ଜାତି ଓ ଜନ ଜାତି ବର୍ଗ ନିଜ ଉପରେ ଆତ୍ମା ବିଶ୍ୱାସ ରଖି ଆଗେଇ ଯିବାକୁ ଆହ୍ବାନ ଦେଇଥିଲେ ।ଏହି ପ୍ରଥମ ଅଧିବେଶନ ରେ ଅଧ୍ୟାପିକା ଶୁଭ ଲକ୍ଷ୍ମୀ ପଟ୍ଟନାୟକ ଧନ୍ୟ ବାଦ ଅର୍ପଣ କରିଥିଲେ ।ଏହା ପରେ ଅଧ୍ୟକ୍ଷ ରଞ୍ଜନ ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଦ୍ବିତୀୟ ଅଧିବେଶନ ରେ ମୁଖ୍ୟ ଅତିଥି ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ନାୟକ ଚାରି ଗୋଟି ବିଭାଗରେ ଛାତ୍ରୀ ଓ ଅଭିଭାବକ ଭିତରେ ହୋଇ ଥିବା ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ଏସ ଏମ ସି ସଭ୍ୟା ଜୁଲାଇ ଲାକ୍ରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଥିଲେ ।ଏହି ସଭାରେ ବରିଷ୍ଟ ଅଧ୍ୟାପିକା ତୃପ୍ତି ପଟେଲ, ଶୁନିମା ନାୟକ,ଅଧ୍ୟାପକ ଗୁରୁଜନ ଖୁଣ୍ଟିଆ, ଉଦୟ କୁମାର ଦ୍ୱିବେଦୀ,ସୁଭଳକ୍ଷ୍ମୀ ପଟ୍ଟନାୟକ ପ୍ରମୁଖ ନିଜ ନିଜ ବିଭାଗ ସମ୍ପର୍କରେ ସୂଚନା ଦେଇଥିଲେ ।ଅଭିଭାବକ ମଧ୍ୟରୁ କୈଳାସ ଓରାମ, ସୁଭାଷିନୀ କିସାନ, ଗୋବିନ୍ଦ କୁଜୁର୍,ଛାତ୍ରୀ ଗଣ ବର୍ଷା ମୁଣ୍ଡା, ଛବିଶ୍ରୀ ରୋହିଦା ସ, ସୁପ୍ରିୟା ଗଡ ନାୟକ, ଅନିତା ମିର୍ଦ୍ଧା,ପଟେଲ ମାଝୀ ପ୍ରମୁଖ ଭାଷଣ ଦେଇ ନିଜ ନିଜ ଅଭିଜ୍ଞତା ସମ୍ପର୍କରେ ସୂଚନା ଦେଇଥିଲେ । ଶେଷରେ ଅଧ୍ୟାପକ ଗୁରୁଜନ ଖୁଣ୍ଟିଆ ଧନ୍ୟବାଦ୍ ଅର୍ପଣ କରିଥିଲେ ।