Dt 30/03/2024- ପୁଣି ଲାଇନଚ୍ୟୁତ ହେଲା ଟ୍ରେନ : କଟକ ମଙ୍ଗୁଳି ପି. ଏଚ ନିକଟରେ କାମାକ୍ଷା ଏକ୍ସପ୍ରେସର ୪ ବଗି ଲାଇନଚ୍ୟୁତବେଙ୍ଗାଲୁରୁ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ । ଟ୍ରାକରୁ ଖସିଲା ଚାରି ବଗି । Anchor – ବେଙ୍ଗାଲୁରୁ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ । ଟ୍ରାକରୁ ଖସିଲା ଏଗାର ବଗି । ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ରହିଛି । ଚୌଦ୍ବାରା ମଙ୍ଗୁଳି ପି. ଏଚ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଗାର ବଗି ଲାଇନଚ୍ୟୁତ ହୋଇଥିବା ବେଳେ କାହାରି ମୃତ୍ୟୁ ଘଟି ନଥିବା ସିପିଆରଓ ବିଶ୍ବଜିତ ସାହୁ ସୂଚନା ଦେଇଛନ୍ତି ,ଏବେ ସୁଦ୍ଧା କୌଣସି କ୍ଷୟକ୍ଷତି ସୂଚନା ମିଳିନଥିବା ବେଳେ ଯାତ୍ରୀମାନେ ଭୟରେ ବାହାରକୁ ଦୌଡିଥିଲେ । ଟ୍ରେନ୍ର ଚାରିଟି ବଗି ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଛି । ଖବର ପାଇଁ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ସ୍ଥାନୀୟ ପ୍ରଶାସନ, ଏନଡିଆରଏଫ, ଅଗ୍ନିଶମ ବାହିନୀ ପହଂଚି ଯାତ୍ରୀ ମାନଂକୁ ବଗି ଭିତରୁ ବାହାର କରିଥିଲେ ଏବଂ ଅସୁସ୍ଥ ହୋଇଥିବା ଯାତ୍ରୀ ମାନଂକୁ ବଡ଼ ମେଡିକାଲ ପଠାଇଦିଆଯାଇଛି l

/ April 18, 2025
No Comments