ବସନ୍ତ ନିଳୟ ସାହିତ୍ୟ ସଂସଦର ପ୍ରଥମ ବାର୍ଷିକ ପତ୍ରିକା ଉନ୍ମୋଚନ ସହ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି
ବଡମ୍ବିଳା __ ବଡମ୍ବିଳା ପଞ୍ଚାୟତର ନମୈଜା ସ୍ଥିତ ନମୈଜା ହାଇସ୍କୁଲ ଠାରେ ବସନ୍ତ ନିଳୟ ସାହିତ୍ୟ ସଂସଦର ପ୍ରଥମ ବାର୍ଷିକ ପତ୍ରିକା ଉନ୍ମୋଚନ ସହ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ପିପିଲିର ପୃର୍ବତନ ବିଧାୟକ ପ୍ରଦୀପ୍ତ ମହାରଥୀଙ୍କ ସ୍ତ୍ରୀ ତଥା ପିପିଲି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ପ୍ରତିଭା ମହାରଥି।ସଭାମଞକୁ ଅତିଥି ମାନଙ୍କୁ ଆମନ୍ତ୍ରିତ କରିଥିଲେ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ସେନାପତି। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ଭାରତୀୟ ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ ଆଶିଷ୍ଟାଣ୍ଡ ଜେନେରାଲ ମ୍ୟାନେଜର ଚକ୍ରଧର ଦାଶ। ସମାଜସେବୀ ଓ ବରିଷ୍ଠ ଇଞ୍ଜିନିୟର ନିଳାଦ୍ରୀ ଭୁଷଣ ମହାପାତ୍ର। ପ୍ରାକ୍ତନ କୃଷି ଉପ ନିର୍ଦ୍ଦେଶକ ଓ ବିଶିଷ୍ଟ ସମାଜସେବୀ ଧରଣୀଧର ପାତ୍ର। ବିଶିଷ୍ଟ ପାଲା ଗାୟକ ଓ ସାହିତ୍ୟକ ରଜନୀକାନ୍ତ ପୃଷ୍ଟି। ଓଡିଶା ପ୍ରତିଭା ପୁଜା ସଂସଦ କଟକର ସମ୍ପାଦକ ଦିଲ୍ଲୀପ କୁମାର ଦାସ ପ୍ରମୁଖ ଯୋଗଦେଇ ଥିଲେ। ଅତିଥି ମାନେ ମତପ୍ରକାଶ କରିଥିଲେ ଯେ ସାହିତ୍ୟ କେବେ ଭୁଲି ହୁଏନା ଲୋକଙ୍କ ହୃଦୟ ଭିତରେ ରହିଥାଏ। ଅତିଥି ପରିଚୟ ପ୍ରଦାନ କରିଥିଲେ ଧନେଶ୍ଵର ରାଉତ। ସ୍ଵାଗତ ଭାଷଣ ଦେଇଥିଲେ ଶିକ୍ଷାବିତ ପ୍ରମୋଦ କୁମାର ମଲ୍ଲିକ। ଧନ୍ୟବାଦ୍ ଦେଇଥିଲେ ପ୍ରଦ୍ୟୁମ୍ନ କୁମାର ଦାଶ। ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ ସମ୍ପାଦକ କବି ଗୋବିନ୍ଦ ଚନ୍ଦ୍ର ନନ୍ଦ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀକା ପ୍ରିୟଦର୍ଶିନୀ ନନ୍ଦ,ବସନ୍ତ ମଞ୍ଜରୀ ନନ୍ଦ,ସଶ୍ମିତା ନନ୍ଦ, ସାମ୍ବାଦିକ ସରୋଜ କୁମାର ସାହୁ। ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ପୁସ୍ତକ ବସନ୍ତ ନିଳୟ ଲୋକାର୍ପଣ ହୋଇଥିଲା।ଏବଂ ମୁଖ୍ୟ ଅତିଥି ଡଃ ପ୍ରତିଭା ମହାରଥିଙ୍କ ଦ୍ବାରା ସାମ୍ବାଦିକ ସରୋଜ କୁମାର ସାହୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ