ଜମନକିରାରେ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ,ତିନୋଟି ପୁସ୍ତକ ଉନ୍ମୋଚିତ,ବହୁ ପ୍ରତିଭା ସମ୍ମାନିତ
ଜମନକିରା:୩୦/୩: ସମ୍ବଲପୁର ଜିଲ୍ଲା ଜମନକିରା ମହା ବିଦ୍ୟାଳୟ ପ୍ରେକ୍ଷାଳୟରେ ଆଜି ମୁକ୍ତେଶ୍ଵର ସାହିତ୍ୟ ସଂସଦର ସଭାପତି ମୁରଲୀ ଧର ନାୟକ ଙ୍କ ସଭାପତିତ୍ବରେ ସୁବର୍ଣ୍ଣ ସ୍ମୁତି ର ସହାୟତା କ୍ରମେ ସପ୍ତମ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।ଏହି ସମ୍ମିଳନୀରେ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଭ୍ୟ ମୁଖ୍ୟ ଅତିଥି ,ସମ୍ବଲପୁର ବି ଇ ଡି କଲେଜ୍ ର ଓଡ଼ିଆ ସହକାରୀ ପ୍ରଫେସର ଡ଼ ମମତା ପ୍ରିୟ ଦର୍ସିନି ମୁଖ୍ୟ ବକ୍ତା, ଅବସର ପ୍ରାପ୍ତ ଅଧ୍ୟକ୍ଷ, ସୁସହିତ୍ୟିକ ସୁବାସ ଚନ୍ଦ୍ର ନାୟକ, ବରିଷ୍ଠ ଓକିଲ ହୃଦାନନ୍ଦ ଶର୍ମା ଓ ଅନ୍ୟତମ ଅବସର ପ୍ରାପ୍ତ ଅଧ୍ୟକ୍ଷ ରମେଶ ରାଉତ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ସେମାନେ ତାଙ୍କ ବକ୍ତବ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଠାରୁ ଆରମ୍ଭ କରି ରମାକାନ୍ତ ରଥଙ୍କ ପର୍ଯ୍ୟନ୍ତ କାବ୍ୟ ଶୈଳୀ ର ସଉଦାହରଣ ଆଲୋଚନା କରିଥିଲେ ।ଅତିଥି ଗଣ ସଭାପତି ଶ୍ରୀ ନାୟକ ଙ୍କ ପୁସ୍ତକ କବିତା ଗୋଦାବରୀ, ଶେଖର ବନମାଳୀ ଚନ୍ଦ୍ର ନାମଦେଓ ଙ୍କ ପୁସ୍ତକ ନିର୍ଝରଣୀ, ଓ ପ୍ରଦ୍ୟୁମ୍ନ ବିଶୀଙ୍କ ସମ୍ପାଦିତ ସମ୍ବଲପୁରୀ ପତ୍ରିକା ଛୁଆ କୁ ଉନ୍ମୋଚନ କରିଥିଲେ ।ଏହି ତିନୋଟି ପୁସ୍ତକ ଓ ପତ୍ରିକା କୁ ସାହିତ୍ୟିକ ସୁବାସ ନାୟକ ସମୀକ୍ଷା କରି ଏହା ଓଡ଼ିଆ ଓ ସମ୍ବଲପୁରୀ ସାହିତ୍ୟ ଭଣ୍ଡାରକୁ ପରିପୃଷ୍ଟ କରି ପାରିବ ବୋଲି ଆଶା ପୋଷଣ କରିଥିଲେ । ପ୍ରାରମ୍ଭରେ ସଂସଦ ର ସମ୍ପାଦକ ପ୍ରମୋଦ ନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ ।ଏହି ଅବକାଶ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଅର୍ଦ୍ଧ ଶତାଧିକ କବି ଓ କବିୟତ୍ରୀ କବିତା ପାଠ କରିଥିଲେ ।ଏହାକୁ କବି ତ୍ରୈଲୋକ୍ୟ ନାଥ ମହାପାତ୍ର ସଂଯୋଜନା କରିଥିଲେ । ଏହି ଅବସରରେ ଜମନକିରା ସାମ୍ବାଦିକ ସଂଘ (ଓ ୟୁ ଜେ) ର ସଭାପତି କ୍ଷିତି ରଞ୍ଜନ ପ୍ରଧାନ, ନର୍ସ ସିନା ପଟେଲ, ଡ଼ ମମତା ପ୍ରିୟ ଦର୍ଶିନି , ଦିପାଙ୍ଗତା ମହାରଣା ,ରାଧା ମୋହନ ପାଣ୍ଡେ ଆଦି ଙ୍କୁ ଅତିଥି ଗଣ ମାନ ପତ୍ର,ଟ୍ରଫି ଔପଢୌକାନ ଦେଇ ସମ୍ମାନିତ କରିଥିଲେ । କବୀ ରାଜଶ୍ରୀ ମେହେର,ବିପିନ ବିହାରୀ ପୃଷ୍ଟି, ଟିକେଶ୍ୱର୍ ସାହୁ,ବସନ୍ତ ଚୌଧୁରୀ, ପ୍ରେମ ସାଗର ଦେହେରିଆ, ବିଭୂତି ଗଙ୍ଗଦେବ,ପଞ୍ଚାନନ ଜୟପୂରିଆ,ଶୋଭା ଚନ୍ଦ୍ର ନାଏକ ଆଦିଙ୍କ କବିତା ପାଠ ଉଚ୍ଚ କୋଟୀର ହୋଇଥିଲା ।