ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେ଼ଙ୍କାନାଳରେ ପବିତ୍ର ଉତ୍କଳ ଦିବସ ପାଳନ
ଢେଙ୍କାନାଳ – (ଏପ୍ରିଲ ୧)ଆଜି ତା ୦୧.୦୪.୨୫ ରିଖ (ମଙ୍ଗଳବାର) ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ରେ ଚିରାଚରିତ ଢଙ୍ଗରେ ପବିତ୍ର ”ଉତ୍କଳ ଦିବସ” ପାଳନ କରାଯାଇଅଛି। ବିଦ୍ୟାଳୟ ର *ପ୍ରଧାନ ଶିକ୍ଷୟିତ୍ରୀ ତଥା ଆଜିର କାର୍ଯ୍ୟକ୍ରମର ସଭାପତି ଶ୍ରୀମତୀ ମିନତୀ ଦେହୁରୀ ମହୋଦୟା* ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସୂଚାରୁରୂପେ ସମ୍ପାଦିତ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟ ର ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମହାପାତ୍ର ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ର ଆରମ୍ଭରେ ପ୍ରଥମେ ପଞ୍ଚସଖା ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ପରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଆଜିର ଦିବସ ବିଷୟରେ ସୁନ୍ଦର ବକ୍ତୃତା ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଦେହୁରୀ ମହୋଦୟା ଆଜିର ଦିବସ ପାଳନର ପ୍ରକୃତ ଉଦ୍ଦେଶ୍ୟ ଓ ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ଉତ୍କଳର ଭାଷା, ସଂସ୍କୃତି ଓ ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ଏକନିଷ୍ଠ ହୋଇ କାର୍ଯ୍ୟ କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶର୍ମିଷ୍ଠା ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରେ ଛାତ୍ରଛାତ୍ରୀ ମାନେ ପୋଷଣଯୁକ୍ତ ଲଡୁ ସହ ମଧ୍ୟାହ୍ନ ଭୋଜନ କରିଥିଲେ।ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସରସ ଓ ସୁନ୍ଦର ହୋଇଥିଲା।ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ କନ୍ୟାକୁମାରୀ ଭୂତିଆ, ସୁଲୋଚନା ଭୁତିଆ, ଜୟନ୍ତୀ ବେହେରା,ଉପାସନା ନାଥ ଶର୍ମା, ଲିପିକା ନାଏକ, ପ୍ରଣତି ପତି, ରାନୁ ଦାସ,ମାମାଲି ମିଶ୍ର, ସାଗରୀକା ପଣ୍ଡା, ପ୍ରଶାନ୍ତ କୁମାର ଜେନା, ଦ୍ୱଷ୍ମନ୍ତ ସାହୁ ଓ ସୋନାଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।