ଶେଷ ହେଲା ଡ଼ିମଲ୍ୟାଣ୍ଡ କ୍ରୀଡା ଓ ସାଂସ୍କୃତିକ କ୍ଲବର ରୈପ୍ୟ ଜୟନ୍ତୀ
ଯାଜପୁର ___ ଯାଜପୁର ଜିଲ୍ଲା ଦଶରଧପୁର ବ୍ଳକ୍ ଅନ୍ତର୍ଗତ ଖଣ୍ଡରା ପଞ୍ଚାୟତର ଇନ୍ଦାଶ ଠାରେ ଥିବା ଡ଼ିମଲ୍ୟାଣ୍ଡ କ୍ରୀଡ଼ା ଓ ସାଂସ୍କୃତିକ କ୍ଲବର ରୈପ୍ୟ ଜୟନ୍ତୀ ପାଳନ ମହାସମାରୋହରେ ତିନିଦିନ ଧରି ଅନୁଷ୍ଠିତ ହେଲା ପରେ ଶେଷ ହୋଇଯାଇଛି। ପ୍ରାଧ୍ୟାପକ ଡଃ ପ୍ରସନ୍ନ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଭୁବନେଶ୍ଵରର ବିଶିଷ୍ଟ ସମାଜସେବୀକା ଡଃ ଚିଦାମ୍ବିକା ଖଟୁଆ । ଅନ୍ୟମାନଙ୍କ ମଧ୍ୟରେ ମଧୁସ୍ମିତା ପାତ୍ର, ରଜନୀକାନ୍ତ ମିଶ୍ର, ବିଭୁପ୍ରସାଦ ତ୍ରୀପାଠୀ, ସରପଞ୍ଚ କୁଞ ବିହାରୀ ଦାସ, ସମିତି ସଭ୍ୟ ରମାକାନ୍ତ ସେଠୀ, ସମାଜସେବୀ ଜିତେନ୍ଦ୍ର ପ୍ରଧାନ, ସମାଜସେବୀ ତପନ କୁମାର ଯେନା,ଆନନ୍ଦ ଚନ୍ଦ୍ର ମହଲ, ସଭାପତି ସତ୍ୟନାରାୟଣ ରାଉତ ସଂପାଦକ ସୁବୁତ୍ର କୁମାର ରାଉତ, ଡଃ ଶ୍ରୀହରି ଧଳ ପ୍ରମୁଖ ଯୋଗଦେଇ ଥିଲେ।ଏହି ଅବସରରେ ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲଭିଥିବା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଓ ଏସବୁ ରେ ବିଶେଷ ସହଯୋଗ କରିଥିବା ଖଣ୍ଡରା ପଞ୍ଚାୟତର ଯୁବ ସରପଞ କୁଞ ବିହାରୀ ଦାସଙ୍କୁ ରୁପା ରେ ତିଆରି ହୋଇଥିବା ମୋକଟ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ଡଃ ଚିଦାମ୍ବିକା ଖଟୁଆ।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

