ବି କେ ବି ଉଚ୍ଚ ବିଦ୍ୟାଳୟ ରେ ଉତ୍କଳ ଦିବସ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ

ହାବଳଗଣ୍ଡ ପାଟଣା ସ୍ଥିତ ବି କେ ବି ଉଚ୍ଚ ବିଦ୍ୟାଳୟ ପରିସରରେ ପବିତ୍ର ଉତ୍କଳ ଦିବସ ପାଳନ ସହ ପ୍ରାକ୍ତନ ଶିକ୍ଷକ ଦିବାକର ଦାଶ,ଓ ଅଭିମନ୍ୟୁ ବାରିକ ଙ୍କୁ ଉତ୍ତରିୟ ପୁଷ୍ପ ଗୁଚ୍ଛ ସହ ସମ୍ବର୍ଦ୍ଧିତ କରାଯାଇଥିଲା.ପ୍ରାରମ୍ଭରେ ମହାପୁରୁଷ ମାନଙ୍କ ଫଟୋଚିତ୍ର ନିକଟରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା.ପରେପରେ ଛାତ୍ରୀମାନଙ୍କ ଦ୍ବାରା ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା. ପ୍ରାକ୍ତନ ପ୍ରଧାନ ଶିକ୍ଷକ ମିହିର କୁମାର ବିଶ୍ବାଳ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ ସଭାରେ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସାମଲ ଉତ୍କଳ ଦିବସ ପାଳନ ର ଉଦ୍ଦେଶ୍ଯ ସହିତ ସଭା କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ. ଗତ ବାର୍ଷିକ ପରୀକ୍ଷା ରେ ଅଷ୍ଟମ ଓ ନବମ ଶ୍ରେଣୀର ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତରୀୟ, ପୁଷ୍ପ ଗୁଚ୍ଛ, ଟ୍ରଫି ଓ ମେଡାଲ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା. ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାଷଣ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ସଫଳ ପ୍ରତିଯୋଗୀ ଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା.ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ କୁମାର ସୁତାର, ଶିକ୍ଷୟିତ୍ରୀ ରାଜଶ୍ରୀ ପ୍ରିୟଦର୍ଶିନୀ ବେହେରା, ପ୍ରଜ୍ଞା ରାଣୀ ଦାସ, ପ୍ରମୁଖ ନିଜ ନିଜର ବକ୍ତବ୍ଯ ରେ ଉତ୍କଳ ଦିବସ ପାଳନ ର ମହତ୍ବ ଓ ସଂଗ୍ରାମୀଙ୍କ ଜୀବନ ଦର୍ଶନ ସମ୍ପର୍କିତ ଆଲୋଚନା କରିଥିଲେ. ଶେଷରେ ଛାତ୍ରୀ କାମାକ୍ଷୀ ବିଶ୍ବାଳ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.ସମସ୍ତ କାର୍ଯ୍ୟକମ କୁ ପିତାମ୍ବର ରାଉତ, ଅନୁପ କୁମାର ପରିଡା ପରିଚାଳିତ କରିବାରେ ସହଯୋଗ କରିଥିଲେ.