ଶତାୟୁ ପୁରୁଷ ଦୁର୍ଯ୍ଯୋଧନ ଦାସ ଙ୍କ ସ୍ମୃତିଚାରଣ ସଭା

ହାବଳଗଣ୍ଡ ପାଟଣା ଗ୍ରାମର ବର୍ଷିୟାନ ସମାଜସେବୀ ଦୁର୍ଯ୍ଯୋଧନ ଦାସ ଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି.ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ବର ନନ୍ଦ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ ସଭାର ପ୍ରାରମ୍ଭରେ ସ୍ଵର୍ଗତ ଦାସଙ୍କ ଫଟୋଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ପରେ ପରେ ତାଙ୍କ ଅମର ଆତ୍ମାର ସଦ ଗତି ନିମିତ୍ତ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା.ଯାଦବ ମହାସଂଘ ର ରାଜ୍ଯ ନେତୃତ୍ବ ମନୋଜ କୁମାର ପରିଡା,ବ୍ଲକ ନେତୃତ୍ବ ଇଂ ପଞ୍ଚାନନ ଦାସ, ନୃସିଂହ ପରିଡା,ଗଂଗାଧର ଦାସ, ବରିଷ୍ଠ ଶିକ୍ଷାବିତ ନଛେନ୍ଦ୍ର ବଳ, ରମାକାନ୍ତ ସାହୁ, ମହେଶ୍ବର ଦାସ, ସୌଭାଗ୍ଯ ପ୍ରଧାନ, ବିଦ୍ୟାଧର ଦାସ, ପ୍ରଫୁଲ୍ଲ କୁମାର ସୁତାର, ରବିନ୍ଦ୍ର କୁମାର ବେହେରା, ବି କେ ବି ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସାମଲ, ପ୍ରାକ୍ତନ ପ୍ରଧାନ ମିହିର କୁମାର ବିଶ୍ବାଳ, ଶିକ୍ଷୟିତ୍ରୀ ରାଜଶ୍ରୀ ପ୍ରିୟଦର୍ଶିନୀ ବେହେରା,ପ୍ରଜ୍ଞା ରାଣୀ ଦାସ, ଖରସ୍ରୋତା ସାଂସ୍କୃତିକ ପରିଷଦ ର ସମ୍ପାଦକ ନିରଞ୍ଜନ ବେହେରା, ବରିଷ୍ଠ ସାମ୍ବାଦିକ ଶିବରାମ ଦାସ, ସରୋଜ କୁମାର ସାହୁ,ପ୍ରଭାତ କୁମାର ଦାସ, ସଂଗଠକ ରାହାସ ବିହାରି ପରିଡା, ରାଜକନିକା ମଣ୍ଡଳ ଓଷ୍ଟା ର ସମ୍ପାଦକ ଅରବିନ୍ଦ ନାୟକ, ଶିକ୍ଷକ ନେତା ଅମର କୁମାର ବାରିକ, ରଶ୍ମିତା ସେନାପତି ବିଜନ କୁମାର ନାୟକ, ଶିକ୍ଷକ ପଦ୍ମଲୋଚନ ଦାସ,ଚିତ୍ତରଞ୍ଜନ ସାହୁଙ୍କ ସମେତ ଶତାଧିକ ପ୍ରାଜ୍ଞ ବିଜ୍ଞ ବ୍ୟକ୍ତିତ୍ବ ସ୍ବର୍ଗତ ଦୁର୍ଯ୍ଯୋଧନ ଦାସ ଙ୍କ ସ୍ମୃତିଚାରଣ କରି କହିଥିଲେ ଯେ ସେ ଜଣେ ସରଳ ପରୋପକାରୀ ଓ ବନ୍ଧୁ ବତ୍ସଳ ମଣିଷ ଭାବେ ନିଜ ପରିସରରେ ପରିଚିତ ଥିଲେ..ତାଙ୍କ ପରି ଜଣେ ବ୍ୟକ୍ତିତ୍ବ ଆଜିର ସମାଜରେ ବିରଳ. ଶେଷରେ ଏକମାତ୍ର ସୁପୁତ୍ର ରମାକାନ୍ତ ଦାସ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ. ସମସ୍ତ କାର୍ଯ୍ୟକ୍ରମ କୂ ଜୀତେନ୍ଦ୍ର ଦାସ, ମହେନ୍ଦ୍ର ଦାସ, ଚକ୍ରଧର ଦାସ, ଚନ୍ଦନ କୁମାର ବେହେରା ଙ୍କ ସମେତ ବଂଧୁ ଓ ପରିବାରବର୍ଗ ପରିଚାଳନା ରେ ସହଯୋଗ କରିଥିଲେ.