ହିନ୍ଦୋଳ ଉପଖଣ୍ଡ ରେ ପାଳନ ହେଲା ଉତ୍କଳ ଦିବସ

ହିନ୍ଦୋଳ :1/4/2025ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ପାଳନ -2025ମହାସମାରୋହରେ ପାଳିତ ହୋଇଯାଇଛି। ଆଜି ସକାଳ 7ଘଟିକା ସମୟରେ ହିନ୍ଦୋଳ ଉଚ୍ଚବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରଭାତ ଫେରି ବନମାଳୀପୁର ଠାରୁ ଟାଉନ ହଲ ପର୍ଯ୍ୟନ୍ତ କରାଯାଇ, ଉପଖଣ୍ଡରେ ଥିବା ସମସ୍ତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ, ଉପଜିଲ୍ଲାପାଳ ପ୍ରଭାସ କୁମାର ବେହୁରା, ତହସିଲଦାର ଦିଲ୍ଲୀପ ସେଠୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟ କୁମାର ନନ୍ଦ, ଚିକିତ୍ସା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ କଲ୍ୟାଣ ସୌରଭ ଦାସ, ଥାନା ଅଧିକାରିଣୀ ଚାରୁଲତା ବେହେରା, NAC ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା ଓ NAC ଅଧ୍ୟକ୍ଷ ପୁଷ୍ପ ମାଲ୍ୟାର୍ପଣ କରି, ବ୍ଲକ ସମ୍ମୁଖରେ ଥିବା ଦାଣ୍ଡିଯାତ୍ରା ର ମହାପୁରୁଷ ଓ ପଞ୍ଚ ସଖା ଙ୍କ ପତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।ଏବଂ ଟାଉନ ହଲ ଠାରେ ମହାପୁରୁଷ ମାନଙ୍କ ଫୋଟ ରଖି ପ୍ରଦୀପ ପ୍ରଜ୍ବଳନ କରି ସମସ୍ତ ଅତିଥି ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ମହୋଦୟ ଓ ସମସ୍ତ ସମ୍ମାନିତ ଅତିଥି ବୃନ୍ଦ ଉତ୍କଳ ଦିବସ ଉପଲକ୍ଷେ କିଛି କିଛି ନିଜର ସୁ ବକ୍ତବ୍ୟ ପ୍ରଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ଉପଖଣ୍ଡ ର ସମସ୍ତ ବିଦ୍ୟାଳୟର ଛାତ୍ର /ଛାତ୍ରୀ,ଅଂଚଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ହିନ୍ଦୋଳ ରୁ ସୁବ୍ରତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ
