ଭୂବନେଶ୍ୱର: ଆଜିଠୁ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହେବ ଶିଶୁ ବାଟିକା। କୁନି କୁନି ଛାତ୍ରଛାତ୍ରୀଙ୍କ ସ୍କୁଲ୍ ପ୍ରବେଶ ସହ ଖଡିଛୁଆଁ ଉତ୍ସବ ହେବ ଅନୁଷ୍ଠିତ। ପ୍ରତି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସ୍ବାକ୍ଷରିତ ନିମନ୍ତ୍ରଣ ପତ୍ର ବାଣ୍ଟିଛନ୍ତି ଜିଲ୍ଲାପାଳ ଓ ଅଧିକାରୀ। ୩ ରୁ ୬ ବର୍ଷ ପିଲାଙ୍କୁ ପ୍ରାରମ୍ଭିକ ଶୈଶବ ଶିକ୍ଷା ସହ ଆନୁଷ୍ଠାନିକ ଶିକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟ ରଖାଯାଇଛି।
ଆଜି ଖଡ଼ିଛୁଆଁ ଦିବସ ଅବସରରେ ଭୁବନେଶ୍ବର ବଡ଼ଗଡ଼ ହାଇସ୍କୁଲରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନବରଙ୍ଗପୁରରେ ଖଡ଼ିଛୁଆଁ କାର୍ଯ୍ୟକ୍ରମରେ ସାମିଲ ହେବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଓଡିଆ ପକ୍ଷ ପାଇଁ ଏଥର ୧୪ ଦିନରେ ୧୪ କାର୍ଯ୍ୟକ୍ରମ ରଖିଛନ୍ତି ସରକାର।ପାରମ୍ପରିକ ରୀତିନୀତିରେ ପିଲାଙ୍କର ବିଦ୍ୟାଳୟ ପ୍ରବେଶ ଉତ୍ସବ ହେବ। ପିଲାମାନେ ଖଡିଛୁଇଁ ପାଠପଢା ଆରମ୍ଭ କରିବେ। ଭୁବନେଶ୍ବରରେ ବରଗଡ଼ ହାଇସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ଦିବସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


