ନିଜ ସନ୍ତାନକୁ ଶିକ୍ଷା ଦେବାକୁ ନୀତି ୧ କିଲୋମିଟର ବୋହି ଆଣନ୍ତି ଏହି ମହିଳା – ମାତୃତ୍ୱ ପ୍ରେମର ଅନ୍ୟ ଏକ ଉଦାହରଣ
ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ଦେଖା ଦେଇଛି ଶିକ୍ଷା ପାଇଁ ଏକ ମାଆର ପ୍ରବଳ ଆଗ୍ରହ। ଯେଉଁଠି ଆଗ ପରି ଅଙ୍ଗନବାଡିରେ ପିଲା ମାନେ ପାଠ ପଢିବା ଛାଡି ଦେଲେଣି, ସେହିପରି ଏକ ଅନୁନ୍ନତ ଓ ହାତୀ ଉପଦ୍ରବ ପ୍ରବଣ ଅଂଚଳରେ ଜନୈକ ମହିଳା ତାଙ୍କ ପିଲାକୁ ଶିକ୍ଷିତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ତାଙ୍କୁ ଯେତେ ପ୍ରସଂଶା କଲେବି କମ୍ ହେବ। ତାଙ୍କ ନାମ ଚାନ୍ଦ ମୁଣ୍ଡା ଓ ସେ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି। ମାତ୍ର ନିଜ ପୁଅକୁ ଶିକ୍ଷିତ କରିବାକୁ ଇଚ୍ଛା ପ୍ରକାଶ କରି ଅନୁଗୋଳ ବ୍ଲକ ଅନ୍ତର୍ଗତ ନନ୍ଦପୁର ପଞ୍ଚାୟତ ହିସାଲୋଇ ଗ୍ରାମରୁ ପ୍ରାୟ ଏକ କିଲୋମିଟର ଦୂର କରତପଟା ଅଙ୍ଗନବାଡି କେନ୍ଦ୍ରକୁ ନିଜେ କାନ୍ଧେଇ ନେବା ଆଣିବା କରନ୍ତି। ଏହି କଥା ଅନ୍ୟମାନଙ୍କ ପାଇଁ ଉଦାହରଣ ପଲଟିଛି।