ଡୁଙ୍ଗିପାଲି ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଅଦ୍ୟ ତା ୦୨/୦୪/୨୦୨୫ ବୁଧବାର ଦିନ ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ଭୁକ୍ତା କ୍ଲୁଷ୍ଟର୍ ର ସରକାରୀ ପ୍ରାଥମିକ ବିଦ୍ୟାଳୟ ଡୁଙ୍ଗିପାଲି ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନିତା ଭୋଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଡୁଙ୍ଗିପାଲି ର ଗୈାନ୍ତିଆ ଶ୍ରୀଯୁକ୍ତ ନିର୍ମଳ ସା ଙ୍କ ସଭାପତିତ୍ବରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ସମ୍ମାନୀତ ଅତିଥି ଭାବେ ଅମ୍ବାଭୋନା ବ୍ଳକର ଏ ବି ଇ ଓ ଶ୍ରୀଯୁକ୍ତ ଲାଲ୍ ମୋହନ ସିଂ,ଶ୍ରୀଯୁକ୍ତ ମୋହନ ଚରଣ ମହନ୍ତ,ସି ଆର ସି ସି କେଦାର ନାଏକ , ଶିକ୍ଷକ ସଂଘ ସମ୍ପାଦକ ମିଳନ କୁମାର ପଟେଲ ଯୋଗଦାନ କରିଥିଲେ । ପରିଚାଳନା କମିଟି ର ଚେୟାରମେନ ମହେନ୍ଦ୍ର ଦାସ ଓ ଛାତ୍ରଛାତ୍ରୀ ମାନେ ସମସ୍ତ ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ସହକାରୀ ଶିକ୍ଷକ ପ୍ରେମଜିତ ସୁନା ବାର୍ଷିକ ଉତ୍ସବ ର ଉଦ୍ଦେଶ୍ୟ ପ୍ରଦାନ କରିବା ସହ ବିଦ୍ୟାଳୟର ବିବରଣୀ ପାଠ କରିଥିଲେ । ଶିକ୍ଷକ ବଳରାମ ଦରଦ ମେଘ ଓ ରାମେଶ୍ବର ଭୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବାର୍ଷିକ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ଦିଆଯାଇଥିଲା । ଏହି ଉତ୍ସବରେ ଶିକ୍ଷକ ସ୍ବାଧିନ କୁମାର ସାହୁ,ଗୌରାଙ୍ଗ ସେଠ୍ ଓ ଭୁକ୍ତା କ୍ଲୁଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର କମିଟିର ସମସ୍ତ ସଭ୍ୟ ସଭ୍ୟା, ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ପ୍ରେମଜିତ୍ ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।