ଅତାବିରା ମହାବିଦ୍ୟାଳୟ ରେ ଓ ବ୍ଲକ କାର୍ଯ୍ୟାଳୟ ରେ ” ଆମ ପୋଷାକ,ଆମ ପରିଚୟ”

ବରଗଡ:ତା:୩/୪(ପବିତ୍ର ମେହେର), ପାରମ୍ପରିକ ପୋଷାକ ପରିଧାନ ପ୍ରଚାର ପ୍ରସାର ପାଇଁ ହସ୍ତତନ୍ତ, ବୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ପାରମ୍ପରିକ ପୋଷାକ ପରିଧାନ ‘ଆମ ପୋଷାକ ଆମ ପରିଚୟ’ ଦିବସ ଆଜି ରାଜ୍ୟର ସର୍ବତ୍ର ପାଳନ କରାଯାଇଛି।ଏହି ଅବସରରେ ଅତାବିରା ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଅଶ୍ଵିନୀ କୁମାର ପ୍ରଧାନ ଙ୍କ ତତ୍ବାବଧାନରେ ଆଜି ” ଓଡ଼ିଆ ପକ୍ଷ” ପାଳନ ଅବସରରେ ମହା ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ସମସ୍ତ କର୍ମଚାରୀ ମାନେ ବିଭିନ୍ନ ପ୍ରକାର ସମ୍ବଲପୁରୀ/ ପାରମ୍ପରିକ ପୋଷାକ ପରିଧାନ କରିଥିଲେ । ଆମ ପୋଷାକ କିଭଳି ଭାବରେ ଅନାର ପରିଚୟ ସୃଷ୍ଟିକରେ ସେ ଉପରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଧାନ ଆଲୋକପାତ କରିଥିଲେ । ଦିବସର ଉଦ୍ଦେଶ୍ୟ କୁ ଚରିତାର୍ଥ କରିବାରେ ସହକର୍ମୀ ମାନଙ୍କ ସହଯୋଗ ପାଇଁ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆନ୍ତରିକ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ । ସେହିପରି ଅତାବିରା ବ୍ଲକ କାର୍ଯ୍ୟାଳୟ ରେ ମଧ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରିପୁନାଥ ସୁନା ଙ୍କ ଅଧ୍ୟକ୍ଷତା ରେ ଏହି ଦିବସ ପାଳିତ ହୋଇଯାଇଛି । ବ୍ଲକ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ପାରମ୍ପରିକ ପୋଷାକ ପରିଧାନ କରିଥିଲେ। ଆମ ବସ୍ତ୍ର ହେଉଛି ଆମ ସ୍ବାଭିମାନ ଓ ଆମ ପରିଚୟ । ଓଡ଼ିଶା ହସ୍ତତନ୍ତର ସମଗ୍ର ବିଶ୍ଵରେ ପ୍ରସିଦ୍ଧି ରହିଛି। ବିଭିନ୍ନ ସମ୍ବଲପୁରୀ ପୋଷାକ ରାଜ୍ୟ ତଥା ରାଜ୍ୟ ବାହାରେ ଆଦୃତି ଲାଭ କରିବା ସହ ଦେଶର ଅର୍ଥ ନୀତିକୁ ମଧ୍ୟମଧ୍ୟ ସମୃଦ୍ଧ କରିବାରେ ସହାୟକ ହୋଇଥାଏ।ଏହା ସହ ବୁଣାକାର ମାନଙ୍କ କାରିଗରୀ କୌଶଳ ର ଲୋକପ୍ରିୟତା ହାସଲ କରିବା ସହିତ ସେମାନଙ୍କ ଜୀବନ ଧାରଣ ର ମଧ୍ୟ ଉନ୍ନତ ହୋଇଥାଏ ବୋଲି ଶ୍ରୀଯୁକ୍ତ ସୁନା ଉଦବୋଧନ ଦେଇଥିଲେ । ସମସ୍ତ ବିଦ୍ୟାଳୟ ମାନଙ୍କରେ ମଧ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ,କର୍ମଚାରୀ ମାନେ ଆଞ୍ଚଳିକ ପୋଷାକ ପରିଧାନ ପୂର୍ବକ ଏହି ଦିବସ ପାଳନର ମହତ୍ ଉଦ୍ଦେଶ୍ୟ କୁ ସଫଳ କରିଥିଲେ ।