ଢେଙ୍କାନାଳ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡିଆ ପକ୍ଷ ପାଳନ ଅବସରରେ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନମାନଙ୍କରେ ଓଡିଆ ନାମଫଳକ ପ୍ରଦର୍ଶନ
ତା. ୦୪.୦୪.୨୦୨୫ ରିଖରେ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସେଠୀ, ଉପ-ଜିଲ୍ଲାପାଳ ଙ୍କ ଦ୍ଵାରା ସଚେତନତା ରଥ ଓ ଏକ ପଦ ଯାତ୍ରା ର ଉଦ୍ଦଘାଟନ କରାଯାଇଥିଲା ଏବଂ ଜିଲ୍ଲାଶ୍ରମ ବିଭାଗ ତରଫରୁ ଓଡିଆ ପକ୍ଷ ପାଳନ ଅବସରରେ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନମାନଙ୍କରେ ଓଡିଆ ନାମଫଳକ ପ୍ରଦର୍ଶନ ନିମନ୍ତେ ସଚେତନତା ପଦଯାତ୍ରା ଜିଲ୍ଲାପାଳ କାର୍ଯ୍ୟ।ଳୟ, ଢେଙ୍କାନାଳ ରୁ ବାହାରି ଗଣେଶ ବଜାର, ମହାବୀର ବଜାର, ଲକ୍ଷ୍ମୀ ବଜାର ଓ ଜବାହର ଚୌକ ବଜାର ମଧ୍ୟରେ ସଚେତନତା ସୃଷ୍ଟି କରଯାଇଥିଲା । ଏହି ପଦ ଯାତ୍ରା ସମୟରେ ଡାକ ବାଦ୍ୟ ଯନ୍ତ୍ର ମାଧ୍ୟମରେ ଶିଳ୍ପ ଅନୁଷ୍ଠାନ ଓ ବାଣିଜ୍ୟ କାର୍ଯ୍ୟ।ଳୟ ରେ ଓଡିଆ ନାମ ଫଳକ ଲଗେଇବା ପାଇଁ ସଚେତନତା ସୃଷ୍ଟି କରଯାଇଥିଲା । ଉକ୍ତ ପଦ ଯାତ୍ରା ରେ ସୁକାନ୍ତ ଚନ୍ଦ୍ର ବେଉରା, ନିର୍ବାହୀ ଅଧିକାରୀ, ଢେଙ୍କାନାଳ ପୌରପାଳିକା, ଶ୍ରୀମତୀ ମୋନାଲିସ ନାୟକ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଢେଙ୍କାନାଳ, ଶ୍ରୀ ତପନ କୁମାର ସୁତାର, ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) , ଢେଙ୍କାନାଳ, ଶ୍ରୀମତୀ ରଶ୍ମିତା ନାୟକ, ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବତ୍ତନ) , ଢେଙ୍କାନାଳ, ଶ୍ରୀଯୁକ୍ତ ସଂଗ୍ରାମ ଦଲାଇ ଓ ଶ୍ରୀମତୀ ବୈଜୟନ୍ତୀ ମାଳା ମଲ୍ଲିକ, ସହାୟକ ଶ୍ରମ ଅଧିକାରୀ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟlଳୟର ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇଥିଲେ । ତତସହିତ Chamber of Commerce, ସଭାପତି, ନିର୍ମାଣ ଶ୍ରମିକ ସଂଘ ର କାର୍ଯ୍ୟକର୍ତ୍ତା ଏବଂ ନିର୍ମାଣ ଶ୍ରମିକ ମାନେ ଯୋଗଦାନ କରିଥିଲେ ।