ଜଙ୍ଗଲ ଵିଭାଗ ଅଧିକାରୀଙ୍କ ଗସ୍ତକୁ ନେଇ ଚର୍ଚ୍ଚା

ଅନୁଗୁଳ ତା 4/04/25 ରିଖ ଶୁକ୍ରବାର ଦିନ ଜଙ୍ଗଲ ଵିଭାଗ ଡେପୁଟି ଡାଇରେକ୍ଟର ଶ୍ରୀ ଏ ପି ମିଶ୍ର ଏକ ଗସ୍ତ କାର୍ଯ୍ୟକ୍ରମ ରେ ଅନୁଗୁଳ ପହଞ୍ଚି ଥିଲେ । ସେଠାରୁ ସେ ଅନୁଗୁଳ ଵନଖଣ୍ଡ ଅଧିକାରୀ ନିତିଶ କୁମାର ଙ୍କ ସହ ଅନୁଗୁଳ ର ଵହୁ ପ୍ରତ୍ୟାସିତ ପ୍ରସ୍ତାବିତ ହିଡିସିଙ୍ଗ ଜଳ ସେଚନ ପ୍ରକଳ୍ପର ଅନୁଧ୍ୟାନ କରିଵାକୁ ଡିମିରି ପାଳ ପହଞ୍ଚି ଅନୁଧ୍ୟାନ କରିଫେରିଛନ୍ତି । ଏହି ସମୟରେ ଇରିଗେସନ ଵିଭାଗ କନିଷ୍ଠ ଯନ୍ତ୍ରୀ ମନୋଜ ନନ୍ଦ ଙ୍କ ସମେତ ଅନ୍ୟ କିଛି ଅଧିକାରୀ ଉପସ୍ଥିତ ଥିଲେ । ଘଟଣା ସ୍ଥଳରେ ଶ୍ରୀ ମିଶ୍ର ଙ୍କ ଉକ୍ତି ରୁ ଏତିକି ସ୍ପଷ୍ଟ ହୋଇଥିଲା କି ରାଜ୍ୟର ଜଳସେଚନ ଵିଭାଗ ଏ ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରି ନଥିଵା ଓ ଏହାକୁ ନେଇ ବିଧାନସଭା ରୁ ସଵୁ ସ୍ତରରେ ଜଙ୍ଗଲ ଵିଭାଗ କୁ ଵଦନାମ କରା ଯାଉଛି । ସହକାରୀ ନିର୍ଦ୍ଦେଶକ ଶ୍ରୀ ମିଶ୍ର ଅନୁଧ୍ୟାନ ସାରି ସେଠାରୁ ସାତକୋଶିଆ ଅଭିମୁଖେ ଯାଇଥିଲେ ।