ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ

ଅମ୍ବାଭୋନା-ଅଦ୍ୟ ତା ୦୪/୦୪/୨୦୨୫ ବୁଧବାର ଦିନ ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ଦ୍ବାରୀ ଗ୍ରାମପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ବାରୀରେ ଶ୍ରୀଯୁକ୍ତ ଧନପତି ଦାଶ ଙ୍କ ସଭାପତିତ୍ବରେ ତଥା ପ୍ରଧାନ ଶିକ୍ଷକ ବଶିଷ୍ଠ ସାହୁ ଓ ପରିଚାଳନା କମିଟି ଚେୟାରମେନ ଶ୍ରୀଯୁକ୍ତ ଦୁର୍ଯୋଧନ ପାଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ମଙ୍ଗଳୁ ମୁଣ୍ଡଚୁଳିଆ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲାଲ ମୋହନ ସିଂ ସମ୍ମାନୀତ ଅତିଥି ଭାବେ ଏ ବି ଇ ଓ ଶ୍ରୀଯୁକ୍ତ ମୋହନ ଚରଣ ମହନ୍ତ ,ମିଳନ କୁମାର ପଟେଲ,ଦଡୋଳାମଣି ପ୍ରଧାନ,ସୁରେଶ ପଶାୟତ,ସି ଆର ସି ସି କେଦାର ନାଏକ ,ମୁଖ୍ୟ ବକ୍ତା ଭାବେ ଡ଼ଃ ରାଜକୁମାର ବଘେଲ ଯୋଗଦାନ କରିଥିଲେ । ବଳରାମ ଦରଦ ମେଘ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥି ମାନଙ୍କ ଦ୍ବାରା ଅଗ୍ରପୂଜ୍ୟ ଗଣେଶ ଓ ବୀଣାପାଣି ଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ଶିକ୍ଷକ ସ୍ବାଧୀନ କୁମାର ସାହୁ ସଭାର ଉଦ୍ଦେଶ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ମଙ୍ଗଳୁ ମୁଣ୍ଡଚୁଳିଆ ତା ୦୫/୧୧/୨୦୧୧ ରୁ ତା ୩୧/୦୩/୨୦୨୫ ପର୍ଯ୍ୟନ୍ତ ପନ୍ଦର ବର୍ଷ ଶିକ୍ଷାଦାନ କରି ସମସ୍ତଙ୍କ ର ପ୍ରଶଂସା ପାତ୍ର ହୋଇପାରିଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ପରିଚାଳନା କମିଟି ସଭ୍ୟ ସଭ୍ୟା, ଛାତ୍ରଛାତ୍ରୀ, ଗ୍ରାମ ବାସୀ ସମସ୍ତେ ବିଦାୟୀ ଶିକ୍ଷକ ଙ୍କ ଗୁଣଗାନ କରି ଥିଲେ । ବିଦାୟୀ ଶିକ୍ଷକ ମଙ୍ଗଳୁ ମୁଣ୍ଡଚୁଳିଆ ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା । ଜଣେ କର୍ତ୍ତବ୍ୟ ନିଷ୍ଠ, ଆଦର୍ଶ, ଛାତ୍ରବତ୍ସଳ ଶିକ୍ଷକଙ୍କ ବିଦାୟରେ ଛାତ୍ରଛାତ୍ରୀ, ଗ୍ରାମ ବାସୀଙ୍କ ଆଖି ରୁ ଲୁହ ଝରି ପଡିଥିଲା । ଏହି ଦିବସରେ ଅମ୍ବାଭୋନା ବ୍ଳକର ଅଧିକାଂଶ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଶେଷରେ ଭୁକ୍ତା କ୍ଳଷ୍ଟର ସି ଆର ସି ସି କେଦାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।