ମଦ୍ୟପାନ କରି ଗାଡି ଚଳାଇ ପଶୁମାନଙ୍କୁ ଗାଡି ଚଢାଉଥିବା ଡ୍ରାଇଭରଙ୍କ ବିରୋଧରେ ଆର୍ଟିଓଙ୍କୁ ଅଭିଯୋଗ
ଢେଙ୍କାନାଳ, ୫/୪: ମଦ୍ୟପାନ କରି ଗାଡି ଚଳାଇ ରାସ୍ତାରେ ପଶୁମାନଙ୍କୁ ଗାଡି ମଡାଇ ଯାଉଥୁବା ଡ୍ରାଇଭରମାନଙ୍କ ବିରୋଧରେ ଆଜି ଢେଙ୍କାନାଳ ପୌରାଂଚଳ ଶିମିଳିଆ ବାସୀନ୍ଦା ପଶୁ ପ୍ରେମୀ ସମ୍ନାରାଣୀ ଜେମ୍ସ୍ ଏକ ଅଭିଯୋଗପତ୍ର ଆଂଚଳିକ ପରିବହନ କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି । ରାସ୍ତାରେ ବୁଲୁଥିବା ନିରୀହ କୁକୁର, ଗାଈ, ବଳଦ, ଷଣ୍ଢ, ମାଙ୍କଡ ଇତ୍ୟାଦି ପଶୁମାନଙ୍କୁ ଡ୍ରାଇଭରମାନେ ମଦ୍ୟପାନ କରି ଗାଡି ଚଢାଇ ଦେବାରୁ ମୃତ୍ୟୁବରଣ କରୁଛନ୍ତି । ଯାହାକି ଏହା ପ୍ରତିଦିନ ଘଟୁଅଛି । ତେଣୁ ଡ୍ରାଇଭର ମାନଙ୍କ ବିରୋଧରେ କଡା ନିୟମ ପ୍ରଣୟନ କରି ସେମାନଙ୍କୁ ଦଣ୍ଡିତ କରିବା ପାଇଁ ସ୍ଥାନୀୟ ଆଇଆଇସି ମାନଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି ।