ଭୂବନେଶ୍ୱର, ୦୫/୦୪ : ଭୁବନେଶ୍ୱରର ଗାଡ଼କଣରେ ‘ଆମ ବସ ‘ ସେବା କୁ ଉଦଘାଟନ କରିଛନ୍ତୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ ଚନ୍ଦ୍ର ମହାପାତ୍ର । ଏହି ଅବସରରେ ବସ କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ ଶ୍ରୀ ମହାପାତ୍ର । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଏହି ଉଦଘାଟନ ଅବସରରେ ମନ୍ତ୍ରୀଙ୍କ ସହ ଟ୍ରାନ୍ସପୋର୍ଟ ବିଭାଗର ଶାସନ ସଚିବ ଉଷା ପାଢ଼ୀ ଉପସ୍ଥିତ ରହିଥିଲେ ।
୪୦ ଟି ବସକୁ ମିଶାଇ ରାଜ୍ୟରେ ବସ ସଂଖ୍ୟା ୧୮୦ କୁ ବୃଦ୍ଧି ହୋଇଚି । ୬ ଟି ସହରରେ ଏହି ବସ ସେବା ମିଳିବ । ପ୍ରଦୂଷଣ ମୁକ୍ତ ସହ ସବୁଜ ସଙ୍କେତ ଦେବ ଏହି ଆମ ବସ ସେବା । ପୁରୀ, କଟକ, ରାଉରକେଲା , ବ୍ରହ୍ମପୁରରେ ଚାଲୁଛି ଏହି ଇ ବସ । ଆଗକୁ କେନ୍ଦ୍ର ସରକାର୍ ଆହୁରି ୪୦୦ ଇ ବସ ଯୋଗାଇବାକୁ ଲକ୍ଷ ରଖିଛନ୍ତି ବୋଲି କହିଛନ୍ତି ଶ୍ରୀ ମନ୍ତ୍ରୀ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


