ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସନ୍ଧ୍ୟାରେ ତିନି ଦିନିଆ କଲମ୍ବୋ ଗସ୍ତରେ ପହଞ୍ଚିଛନ୍ତି । ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ବିଜିତା ହେରାଥ, ସ୍ୱାସ୍ଥ୍ୟ ମନ୍ତ୍ରୀ ନଲିଣ୍ଡା ଜୟତିସା ଏବଂ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ରାମଲିଙ୍ଗମ ଚନ୍ଦ୍ରଶେଖରଙ୍କ ସମେତ ପାଞ୍ଚ ଜଣ ପ୍ରମୁଖ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଷ୍ଟ୍ର ସମ୍ମାନ ସହିତ ସ୍ୱାଗତ କରାଯାଇଥିଲା।ସ୍ୱତନ୍ତ୍ର ଚୌକରେ ଗାର୍ଡ ଅଫ୍ ଅନର ଏବଂ ୨୧ ତୋପ ସଲାମୀ ଦିଆଯାଇଥିଲା। ଏହା ତାଙ୍କର ଶ୍ରୀଲଙ୍କା ଚତୁର୍ଥ ଗସ୍ତ । ଏଥର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶ୍ରୀଲଙ୍କା ମିତ୍ର ବିଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି । ଏହା ଶ୍ରୀଲଙ୍କା ସରକାରଙ୍କ ସର୍ବୋଚ୍ଚ ନାଗରିକ ସମ୍ମାନ ଯାହା ଶ୍ରୀଲଙ୍କା ସହିତ ଏକ ବିଶେଷ ବନ୍ଧୁତା ବଜାୟ ରଖିଥିବା ବିଦେଶୀ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପ୍ରଦାନ କରାଯାଏ।ଶ୍ରୀଲଙ୍କା ସରକାରଙ୍କ ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଏହି ସମ୍ମାନ ୧୪୦ କୋଟି ଭାରତୀୟଙ୍କର। ଏହା ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଗଭୀର ବନ୍ଧୁତା ଏବଂ ସମାନ ମୂଲ୍ୟବୋଧକୁ ପ୍ରତିଫଳିତ କରେ। ଏହି ସମ୍ମାନ ପୁନଃନିର୍ଦ୍ଦେଶ କରେ ଯେ ଭାରତ କେବଳ ଏକ ପଡ଼ୋଶୀ ନୁହେଁ ବରଂ ଏକ “ପ୍ରକୃତ ବନ୍ଧୁ”।