ପୁଅ ଙ୍କ ବିରୋଧରେ ଅଭିଯୋଗ ଆଣିଲେ ମାଆ
ବ୍ରହ୍ମପୁର,ମାଆ ମାନେ ଦେବତା ରୂପୀ। ତାଙ୍କ ପ୍ରତି ଆଦର, ସେବା ଓ ସମ୍ମାନ ଆମ ସଂସ୍କୃତିର ମୂଳ ଅଂଶ ହୋଇଥିବା ବେଳେ ଏକ ମାନବିକ ଅଧୋପତନର ଦୃଶ୍ୟ ଦେଖିବାକୁ ମିଳିଛି ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ଆଙ୍କୁଲି ଗ୍ରାମରେ ଏହିପରି ଗୋଟିଏ ଦୁଃଖଦ ଘଟଣା ଆମ ସମାଜର ଅନ୍ତଃସାରକୁ ଅସ୍ଥିର କରି ଦେଇଛି। ଗୋଟିଏ ପୁଅ ତାଙ୍କ ନିଜ ଜନ୍ମ କଲା ମାଙ୍କୁ ଖାଇବାକୁ ନ ଦେଇ ମାରପିଟ୍ କରୁଥିବା ସହିତ ତାଙ୍କୁ ଅସହ୍ଯ ଯନ୍ତ୍ରଣା ଦେଇ ଦୀର୍ଘ ସମୟ ଧରି ଦୁଃଖ ଦେଉଥିବା ଅଭିଯୋଗ କରିଛନ୍ତି ଜନ୍ମ ଦେଇଥିବା ମାଆ ଲଷ୍ମୀ ସାହୁ।ଅସହାୟ ବୃଦ୍ଧା ଜଣକ ହ୍ୟୁମାନ ରାଇଟ ର ସଦସ୍ୟ ମାନଙ୍କ ସହାୟତାରେ ଏସପି ଙ୍କ ଦ୍ବାରସ୍ଥ ହୋଇଥିଲା। ଏସପି ଙ୍କୁ ମିଶି ସବୁ କଥା କହିବା ପରେ ଏହାର ଉଚିତ ପଦ କ୍ଷେପ ନିଆଯିବ ବୋଲି କହିଚନ୍ତି ବ୍ରହ୍ମପୁର ଏସପି ।