ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଆଜି ରାମ ନବମୀ ପାଇଁ ବିଶେଷ ପୂଜାଅର୍ଚ୍ଚନା କରାଯାଇଥିଲା।ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ, ନୂତନ ବସ୍ତ୍ର, ତୁଳସୀ ହାର ଓ ଫୁଲହାର, ବଲ୍ଲଭ ଭୋଗ ଲାଗି କରାଯାଇଥିଲା, ସକାଳ ଦଶଟା ସମୟରେ ଖେଚୁଡ଼ି ଭୋଗ ,ମଧ୍ୟାହ୍ନରେ ଅର୍ଣ୍ଣ ଧୁପ ସନ୍ଧ୍ୟା ବେଳେ ଆଳତୀ ରାତ୍ର ଧୂପ ପରେ ମନ୍ଦିର ପହଡ଼ ପଡିବ। ପୂଜକ ଶିବତ୍ସ ମିଶ୍ର , ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜ ମୋହନ ମହାପାତ୍ର, କାହାଳିଆ ଟିକନ ବେହେରା, ଓ ମନ୍ଦିର ର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀ, ଙ୍କ ଉପସ୍ଥିତ ରେ ପୂଜା ଅର୍ଚ୍ଚନା ହୋଇଥଲା।