ଭୂବନେଶ୍ୱର, ୦୭/୦୪ : ଆଜି କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ୭୩ତମ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିୟନସିପ । ଏହି ମ୍ୟାଚ ୧୫ ପର୍ଯ୍ୟନ୍ତ ଖେଳାଯିବ। ବିଭିନ୍ନ ରାଜ୍ୟରୁ ପୋଲିସ ହକି ଟିମ ଅଂଶଗ୍ରହଣ କରିବେ। ଉଭୟ ପୁରୁଷ ଓ ମହିଳା ଟିମ୍ ଅଂଶଗ୍ରହଣ କରିବେ। ୨୬ ଟି ପୁରୁଷ ଓ ୯ଟି ମହିଳା ଟିମ ଚାମ୍ପିୟାନସିପରେ ଯୋଗ ଦେବେ।
ଏଥି ସହ BSF, CISF, CRPF ଓ ITBP ଟିମ ଯୋଗ ଦେବେ। ଆସନ୍ତା କାଲି ସକାଳ ସାଢ଼େ ୮ଟାରେ ପ୍ରତିଯୋଗିତାର ଉଦଘାଟନ ସପ୍ତମ ବାଟାଲିୟନରେ ଅନୁଷ୍ଠିତ ହେବ। ଆଜି ଭୁବନେଶ୍ୱର ସ୍ଥିତ ପୋଲିସ ଭବନରେ ଅନୁଷ୍ଠାନିକ ଭାବେ ଚାମ୍ପିୟାନସିପ୍ ର କର୍ଟନ ରେଜର ଓ ମାସ୍କଟ ଉଦଘାଟନ ହୋଇଛି। ଚଳିତ ଥର କେଉଁଝର ଜିଲ୍ଲାରେ ଥିବା କୁନି ହାତୀ ଆଶାକୁ ମାସ୍କଟ ଭାବେ ନିଆଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୋଲିସ ଡିଜି ୱାଇବି ଖୁରାନିଆ ଏହାକୁ ଉଦଘାଟନ କରିଥିଲେ। ସବୁ ରାଜ୍ୟରୁ ଆସିଥିବା ଟିମ ମ୍ୟାନେଜର ଓ କ୍ୟାପଟେନ ମାନଙ୍କୁ ଏହି ଅବସରରେ ପୋଲିସ ଡିଜି ସମ୍ବର୍ଦ୍ଧିତ କରିଥିଲେ। ପୂର୍ବରୁ ୨୦୧୯ରେ ୬୮ ତମ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିୟାନସିପ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


