ସାମ୍ବାଦିକାଙ୍କ ଉପରେ ହୋଇଥିବା ଆକ୍ରମଣ କୁ ଦୃଢ ନିନ୍ଦା କଲା, ଏସୟୁଜେ ଓ ବ୍ରହ୍ମପୁର ପ୍ରେସ କ୍ଲବ
ବ୍ରହ୍ମପୁର,ସମାଜର ପ୍ରତେକ କ୍ଷେତ୍ରରେ ଅସୁବିଧା କ୍ଷେତ୍ରରେ ଖୋଜା ପଡେ ସାମ୍ବାଦିକ କିନ୍ତୁ ଆଜି କାଲି ଏହି ସାମ୍ବାଦିକତା କରୁଥିବା ସାମ୍ବାଦିକ ମାନେ ବିଭିନ୍ନ କ୍ଷେତ୍ରରେ ଅସାମାଜିକ ବ୍ୟକ୍ତିଙ୍କ ଆକ୍ରମଣର ର ଶିକାର ହୁଅନ୍ତି।ଠିକ ସେହିପରି ଗତ ରବିବାର ଦିନ ପୁରୀ ଶ୍ରୀମନ୍ଦିର ସମ୍ମୁଖ ରେ ମହିଳାସାମ୍ବାଦିକା ଲିନୁ ନାୟକ ଓ କ୍ୟାମେରାମ୍ୟାନ ଙ୍କ ଉପରେ ସେବାୟତଙ୍କ ମରଣାନ୍ତକ ଆକ୍ରମଣ ଘଟଣାକୁ ବିଭିନ୍ନ ସଙ୍ଘଟନ ପକ୍ଷରୁ ଦୃଢ ନିନ୍ଦା କରା ଯାଇଛି। ବ୍ରହ୍ମପୁର ଠାରେ ବ୍ରହ୍ମପୁର ପ୍ରେସ କ୍ଳବ୍ ସାମ୍ବାଦିକ ଓ ଏସୟୁଜେ ସଂଘ ପକ୍ଷରୁ ଏହି ଘଟଣାର ପ୍ରତିବାଦ କରାଯିବା ସହ ଦୋଷୀ ଙ୍କ ସହ ଦୃଢ କାର୍ଯ୍ୟନୁଷ୍ଠାନ ଦାବି ଓ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଦକ୍ଷିଣା ଅଞ୍ଚଳ ରାଜସ୍ବ କମିଶନର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଉଦେଶ୍ୟ ରେ ଏକ ଦାବି ପତ୍ର ପ୍ରଦ କରାଯାଇ ଥିଲା।ଆଜିର ଏହି ଭିକ୍ଷବରେ ବ୍ରହ୍ମପୁର ପ୍ରେସ କ୍ଲବ ସମ୍ପାଦକ ପ୍ରହ୍ଲାଦ ସାହୁ କୋଷଧ୍ୟକ୍ଷ ଶିବ ନାରାୟଣ ପଣ୍ଡା,ଏସୟୁଜେ ଗଞ୍ଜାମ ଜିଲ୍ଲା ସଭାପତି ବିଶ୍ଵନାଥ ମଲଣା ଙ୍କ ସମେତ ବ୍ରହ୍ମପୁରର ବହୁ କାର୍ଯ୍ୟରତ ସାମ୍ବାଦିକ ଉପସ୍ଥିତ ଥିଲେ।