ଶପଥ ନେଲେ ଗଞ୍ଜାମ ଓକିଲ ସଙ୍ଘର ନବ ନିର୍ବାଚିତ କର୍ମକର୍ତ୍ତା
ବ୍ରହ୍ମପୁର,ଗଞ୍ଜାମ ଜିଲା ଓକିଲ ସଂଘ ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।କୋର୍ଟ ପରିସରରେ ଥିବା ଅସ୍ଥାୟୀ ହଲରେ ଶପଥ ଗ୍ରହଣ ଉତ୍ସବ ହୋଇଥିଲା। ସଭାପତି ଭାବେ ମନୋଜ ପଟନାୟକ , ଉପସଭାପତି ରୂପେ ଶ୍ରୀ ତ୍ରିମୁଲ କୁମାର ରେଡି,ସମ୍ପାଦକ ଟି. ଭେଙ୍କେଟ ରାଓ,ସହ ସମ୍ପାଦକ ରୂପେ ଅଶିତ ସାବତ ଶପଥ ଗ୍ରହଣ କରିଥିଲେ।ଏହି ସବୁ ନବ ନିର୍ବାଚିତ କର୍ମକର୍ତା କୁ ଗଞ୍ଜାମ ଓକିଲ ସଙ୍ଘର ନିର୍ବାଚନ ଅଧିକାରୀ ମୋହନ ସିଙ୍ଗାଣି ଶପଥ ପାଠ କରାଇଥିଲେ। ଏହି ଶପଥ ଗ୍ରହଣ ଉତ୍ସଵ ରେ ଗଞ୍ଜାମ ଓକିଲ ସଙ୍ଘର ବହୁ ଓକିଲ ଉପସ୍ଥିତ ରହି ନୂତନ କର୍ମକର୍ତ୍ତା ଙ୍କୁ ଉତ୍ସାହିତ କରିଥିଲେ।