ତୈଳିକ ବୈଶ୍ୟ ସମାଜ ପକ୍ଷରୁ ୪୪ତମ ଅଷ୍ଟପ୍ରହର ନାମଯଜ୍ଞ ଉଦଯାପିତ

ଢେଙ୍କାନାଳ, ୭୪: ଢେଙ୍କାନାଳ ସଦର ବ୍ଳକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ତୈଳିକ ବୈଶ୍ୟ ସମାଜ ପକ୍ଷରୁ ତିନିଦିନ ବ୍ଯାପି ଅଷ୍ଟପ୍ରହର ନାମଯଜ୍ଞ ର ଆଜି ଉଦଯାପିତ ହୋଇଯାଇଅଛି । ୫ ତାରିଖରେ କଳସ ଯାତ୍ରା କରାଯାଇ ଅଧିବାସ ପୂଜା କରାଯାଇଥିଲା। କୁଞ୍ଜରେ ଠାକୁରଙ୍କୁ ସ୍ଥାପନ କରାଯାଇ ଅଖଣ୍ଡ ଦୀପ ସ୍ଥାପନ କରାଯାଇଥିଲା। ୬ ତାରିଖ ଦିନ ଷୋଳ ମଣ୍ଡଳ କୀର୍ତନ ମଣ୍ଡଳୀଙ୍କ ଦ୍ବାରା ଅହୋରାତ୍ର ହରିନାମ ସଂକୀର୍ତନ ଚାଲିଥିଲା ।

୭ ତାରିଖ ଦିନ ଉଦ୍ଯାପନ ଦିବସ ଅବସରରେ ତିନି ମଣ୍ଡଳ ଓଡିଶୀ କୀର୍ତନ ସହ ଆଠଗଡ ଗଜାଆମ୍ବ ଗ୍ରାମର ବିଜୟ ପ୍ରଧାନ ଓ ତାଙ୍କ ସହଯୋଗୀଙ୍କ ଓଡିଶୀ କୀର୍ତନ ମହାସମାରୋହରେ ପରିବେଷଣ କରାଯାଇଥିଲା । ଓଡିଶ କୀର୍ତନ, ନଗର କୀର୍ତନ କରାଯାଇ ଦଧିହାଣ୍ଡି ଭଙ୍ଗାଯିବା ସହ ପ୍ରସାଦସେବନ କରାଯାଇଥିଲା । ଏହି ଅଷ୍ଟପ୍ରହର ନାମଯଜ୍ଞକୁ ତୈଳିକ ବୈଶ୍ୟ ସମାଜର ସମସ୍ତ ଚୁଲି ଭାଇ ମାନେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ। ସର୍ବସମ୍ମତିକ୍ରମେ ଉପଦେଷ୍ଟା ପୁରୁଷୋତମ ସାହୁଙ୍କ ନିର୍ଦ୍ଦେଶକ୍ରମେ କୀର୍ତି ଚନ୍ଦ୍ର ଦାସ (କୁନା ) ଭାଇଙ୍କୁ ଅଷ୍ଟପ୍ରହରର ସମସ୍ତ କାର୍ଯ୍ୟ ସଠିକ୍ ଭାବରେ ପରିଚାଳନା କରିବାକୁ କୁହା ଯାଇଥିଲା । ତାଙ୍କ ସହିତ ଉପସଭାପତି ବଲ୍ଲଭଚନ୍ଦ୍ର ଦାସ, ସମ୍ପାଦକ ଜଳନ୍ଧର ସାହୁ, କମିଟିର ସଦସ୍ୟ ବିଚିତ୍ରାନନ୍ଦ ସାହୁ,ବ୍ରଜବନ୍ଧୁ ଦାସ, ନିତ୍ୟାନନ୍ଦ ସାହୁ, ଅଭିମନ୍ୟୁ ଦାସ, ଜିତେନ୍ଦ୍ର ସାହୁ, ବାସୁଦେବ ଦାସ, ବିଘ୍ନେଶ୍ୱର ସାହୁ, ଦୀପକ ସେନାପତି ଓ ସମସ୍ତ ଚୁଲି ଭାଇମାନେ ଉପସ୍ଥିତ ରହି ଏହି ଅଷ୍ଟପ୍ରହର ନାମଯଜ୍ଞକୁ ସୁଚାରୁରୂପେ ସମାପନ କରିଥିଲେ ।
