ଚ୍ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ଆଜି ୨୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ତିନି ଜଣଙ୍କ ଉପରେ ସାଢ଼େ ଚାରି ଲକ୍ଷ ଲେଖାଏଁ ଅର୍ଥରାଶି ଘୋଷଣା କରାଯାଇଥିଲା । ପୁଲିସ୍ ଆରକ୍ଷି ଅଧିକ୍ଷକ ଗୌରବ ରାଇଙ୍କ ପାଖରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି ।ସେହିଭଳି ନୟନପୁର ଜିଲ୍ଲାରେ ୫ ଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।
ସେମାନଙ୍କ ଉପରେ ୧ ଲକ୍ଷ ଟଙ୍କାର ଅର୍ଥରାଶି ଘୋଷଣା କରାଯାଇଥିଲା । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । ଏଥିସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ନକ୍ସଲ ଥଇଥାନ ନୀତି ଆଧାରରେ ତାଙ୍କୁ ସମସ୍ତ ପ୍ରକାର ସହାୟତା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ।