ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ
ଅନୁଗୋଳ, ତା.୦୮-୦୪: – ଚଳିତ ମାସ ୧ ତାରିଖ ଓଡିଶା ଦିବସ ପାଳନ ଠାରୁ ଆରମ୍ଭ କରି ୧୪ ତାରିଖ ପର୍ଯ୍ୟନ୍ତ ଓଡିଆ ନବ ବର୍ଷ ପର୍ଯ୍ୟନ୍ତ ବହୁ ଆଡମ୍ବରର ସହ ଓଡିଆ ପକ୍ଷ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ରକ୍ତ ଭଣ୍ଡାର ) ଠାରେ ଆୟୋଜନ କରାଯାଇଥିଲା । ଏହି ରକ୍ତ ଦାନ ଶିବିରକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ଶିବାନନ୍ଦ ମହାନ୍ତି ଉଦଘାଟନ କରିଥିଲେ । ଏହି ଶିବିରରେ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରରେ ଜିଲ୍ଲା ଆପାତକାଳିନ ଅଧିକାରୀ ଶ୍ରୀ ଶୁଭେନ୍ଦୁ କୁମାର ଜେନା, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧୂକାରୀ ଡ. ବିଶ୍ବ ବିହାରି ମହାନ୍ତିଙ୍କ ସମେତ ସ୍ବେଛାସେବୀ ସଙ୍ଗଠନର ସଦସ୍ୟ ଓ ସ୍ବାସ୍ଥ୍ୟକର୍ମୀମାନେ ଊପସ୍ଥିତ ଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


