ଅନୁଗୋଳ ଜିଲ୍ଲା ବଅଁରପାଳ ପୋଲିସ ମାର୍ଚ୍ଚ ୧୦ତାରିଖରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ କି ୫ ରୁ ୬ ଜଣ ବ୍ୟକ୍ତି ଏକାଠି ହୋଇ ଫାର୍ଷା,ତେଲଙ୍ଗା କାତି ଇତ୍ୟାଦି ଧରି ଟେଣ୍ଟୋଇ ରେଲୱେ ଲେବଲ କ୍ରସିଂ ନିକଟରେ ତାଳଚେର-ଏଫସିଆଇ ରାସ୍ତାରେ ଯାଉଥିବା ଗାଡ଼ିର ଡ୍ରାଇଭର ମାନଙ୍କଠାରୁ ଡକାୟତି କରିବାକୁ ଯୋଜନା କରୁଥିଲେ। ତେଣୁ ପୋଲିସ ଚଢାଉ କରି ୪ ଜଣଙ୍କୁ ଗିରଫ କରିଥିଲା ଘଟଣା ସ୍ଥଳରୁ ଦୁର୍ଦାନ୍ତ ଅଭିଯୁକ୍ତ ଦୁଷ୍ମନ୍ତ ନାଏକ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିଲା। ସେମାନେ ତେଣ୍ଟୁଲୋଇର ଦୁଷ୍ମନ୍ତ ନିୟନ୍ତ୍ରଣରେ ରାସ୍ତାରେ ଯାଉଥିବା ଭାରୀ ଯାନର ଡ୍ରାଇଭର ମାନଙ୍କଠାରୁ ଡକାୟତି କରିବା ପାଇଁ ସେଠାରେ ଏକତ୍ରିତ ହୋଇଥିବା ସ୍ୱୀକାର କରିଥିଲେ। ଘଟଣାସ୍ଥଳରୁ ପୋଲିସ ଚକମା ଦେଇ ଖସି ପଳାଇବାରେ ଦୁଷ୍ମନ୍ତ ସଫଳ ହୋଇଥିଲା । ସୁବ୍ରତ ନାଏକ, ପ୍ରୀତମ ନାଏକ , ସୁବ୍ରତ ନାଏକ, ଶିବାନନ୍ଦ ନାଏକ, କୋର୍ଟ ଚାଲାଣ କରାଇଥିଲେ । ଜିଲ୍ଲାରେ ପୋଲିସ ର ନିଦ ହଜାଇଥିବା ଫେରାର ଅଭିଯୁକ୍ତ ଦୁଷ୍ମନ୍ତ ନାମରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରାୟ ୧୪ ଟି କେଶ୍ ରେ ଲିପ୍ତ ରହିଥିଲା। ସେହି ଦିନଠାରୁ ପୋଲିସ ଘଟଣାସ୍ଥଳରେ ଗିରଫ ପାଇଁ ପଇଁତରା ମାରୁଥିବା ବେଳେ ଟେଣ୍ଟୋଲୋଇ ଗ୍ରାମରେ ଥିବା ଖବର ପାଇ ପୋଲିସ ଯାଇଥିଲା। ପୋଲିସକୁ ଦେଖି ଦୁଷ୍ମନ୍ତ ଫେରାର ହେବା ପାଇଁ ଉଦ୍ୟମ କରୁଥିବା ବେଳେ ବିଲ ମାଳରୁ ଏସଆଇ ଅମିତ ମିଶ୍ର ଓ ସଦଳବଳ କର୍ମୀ ବିଲମାଳ ରେ ଗୋଡ଼ାଇ ଗୋଡ଼ାଇ ଫିଲ୍ମ ଷ୍ଟାଇଲରେ ଧରିଥିଲେ। ଆଜି ପୋଲିସ ଅଭିଯୁକ୍ତ କୁ କୋର୍ଟଚାଲଣ କରିଥିବା ସୂଚନା ଦେଇଛନ୍ତି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


