“ଲାଦେରପାଲି ଅଙ୍ଗେନବାଡ଼ୀ ସେଣ୍ଟର ୧ର ଅବ୍ୟବସ୍ଥା କୁ ନେଇ ଆମ ଆଦମୀ ର ଦାବୀ ପତ୍ର”

ବରଗଡ:୮/୪(ପବିତ୍ର ମେହେର ) ବରଗଡ ଜିଲ୍ଲା ଅତାବିରା ଆମ ଆଦମୀ ପାର୍ଟିର ସଦସ୍ୟ ଗଣ ଅତାବିରା ସିଡିପିଓ ଓ ଅତାବିରା ବିଡ଼ିଓଙ୍କୁ ଲାଦେରପାଲି ଅଙ୍ଗନବାଡି ସେଣ୍ଟର ୧ର ଅବ୍ୟବସ୍ଥାକୁ ନେଇ ଏକ ଦାବିପତ୍ର ଦେଇଥିଲେ ।ଏହି କେନ୍ଦ୍ର ୨୦୧୪ମସିହା ରୁ ତିଆରି ହୋଇଥିଲେ ହେଁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି।ଛାତରୁ ସିମେଣ୍ଟ କଂକ୍ରିଟ ଖସି ପଡୁଛି, ପାଣି ଗଳୁଛି ଏବଂ ସେଣ୍ଟରକୁ ଛାତ୍ରଛାତ୍ରୀଙ୍କ ଯିବାଆସିଵା ପାଇଁ ଭଲ ରାସ୍ତା ଟିକିଏ ବି ନାହିଁ । ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବି ପ୍ରଦାନ କରାଯାଇଛି ।ଦାବିପତ୍ର ଦେବା ସମୟରେ ଅତାବିରା ବିଧାନସଭାର ଆମ୍ ଆଦମୀ ପାର୍ଟିର ସଭାପତି ଜୟ କ୍ରିଷ୍ଣା ଛୁରିଆ, ବ୍ଲକ ସଭାପତି ଯଦୁମଣି ପଧାନ, ଗୌତମ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ l