ପ୍ରଥମ ବିରାଟ ଶ୍ରୀ ରାମ ଲୀଳା ମହୋତ୍ସବ ପାଳନ, କର୍ଲା ଗୁଡା
ଗୋଲାମୁଣ୍ଡା/୮/୪/୨୫/ଏକ ଐତିହାସିକ ମହୋତ୍ସବ ପାଳନ ଦେଖିବାକୁ ମିଳୁଛି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ , କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗଗ୍ରାମ ପଂଚାୟତ ଅଧିନରେ ଥିବା କର୍ଲାଗୁଡା ଗ୍ରାମରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ ଲୀଳା ମହୋତ୍ସବ ଅନୁଷ୍ଠିତ ହୋଇଥିଲା, କାର୍ଯ୍ୟ ସୂଚୀ ରୁ ଜଣା ପଡ଼ିଛି ଯେ ଏହା ତିନିଦିନ ଧରି ଉକ୍ତ ମହୋତ୍ସବ ପାଳନ ହେବା ବେଳେ ପ୍ରଥମ ଦିନ ରାବଣ ଦରବାର ରାମ ବନବାସ ଓ ସୀତା ଚୋରୀ, ଦ୍ୱିତୀୟ ଦିନରେ ରାବଣ ଦରବାର ରେ ରାମ ଲକ୍ଷ୍ମଣ ଓ ହନୁମାନଙ୍କ ଭେଟ, ସୁଗ୍ରୀବ ସହିତ ମିତ୍ରତା ଓ ଲଙ୍କାପୋଡି ଏବଂଅନ୍ତିମ ଦିନ ବା ତୃତୀୟ ଦିନରେ ବିଭୀଷଣ ବିତାଡିତ ଇନ୍ଦ୍ରଜିତ ବଧ ଓ ରାବଣ ବଧ , ଏହି ପରିପ୍ରେକ୍ଷିରେ ହଜାର ହଜାର ସଂଖ୍ୟାରେ ଶ୍ରଦାଲୁ ମହିଳା ଓ ପୁରୁଷ ଯୁବତୀ ଯୁବକଙ୍କ ମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା , ଏହି ମହୋତ୍ସବର ମୂଖ୍ୟ ଆକର୍ଷଣୀୟ ବା ମୁଖ୍ୟ ଅତିଥି ଭାବେ ବିଜେପି ଯୁବ ନେତା ରୁପେଶ ଜଏନ, ଓ ଯୁବ ନେତା ଆଦିତ୍ୟ କୁମାର ମୁଣ୍ଡ, ସମାଜ ସେବୀ ସରୋଜ କୁମାର ନିଆଳ ପ୍ରମୁଖ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘର ସଭାପତି ରାମ କୁମାର ସେନାପତି,ସାଧାରଣ ସଂପାଦକ ସରୋଜ କୁମାର ମୁଣ୍ଡ, ସହ ସମ୍ପାଦକ କପୁରଚନ ସେଟିଆ , ଉପ ସଭାପତି ପିତାମ୍ବର ବେହେରା, ଚନ୍ଦ୍ରଧ୍ୱଜ କେତକୀ, କୋଷାଧ୍ୟକ୍ଷ ଯନ୍ମେଜୟ ନାଏକ, କୃଷ୍ଟଚନ୍ଦ୍ର ମହନନ୍ଦ ଓ ହିମାଂଶୁ ଭୋଇ ପ୍ରମୁଖ ଙ୍କ ଉପସ୍ଥିତରେ ମଞ୍ଚରେ ଦେଖିବାକୁ ମିଳିଥିଲା, ରାବଣ ଦରବାର ରେ ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘର କାର୍ଯ୍ୟ କଳାପ କୁ ନେଇ ମହାରାଜ ରାବଣ ଙ୍କ ମୁକ୍ତ ହସ୍ତରୁ ସମସ୍ତ ସାମ୍ୱାଦିକ ବନ୍ଧୁ ମାନଙ୍କୁ ମାନ ପତ୍ର ପ୍ରଦାନ କରିଥିଲେ, ଏବଂ ଆଜିର ଏହି ଐତିହାସିକ ମହାନ କାର୍ଯ୍ୟକୁ ମୁଖ୍ୟ ଅତିଥି ରୂପେଶ ଜଏନ ଙ୍କ କର କମଳରେ ଶୁଭ ଉଦ୍ଘାଟନ କରିଥିଲେ,ଏହି ଅବସରରେ ମହାରାଜ ସୁମନ ମେହେର ରାବଣ ଅଭିନ୍ୟୟ କରି ଥିବା ବେଳେ ଦର୍ଶକ ମାନେ ଅତି ଆନନ୍ଦ ଅନୁଭବ କରି ଥିଲେ, ଏହି ଅବସରରେ ଗୋଲାମୁଣ୍ଡା ବ୍ଲକରେ ଏହା ଏକ ନୃତନ ମହୋତ୍ସବ ଦେଖିବାକୁ ମିଲି ଥିବାରୁ ଆୟୋଜକ ବିଶ୍ୱଜିତ ପ୍ରଧାନ ଙ୍କୁ ଅଞ୍ଚଳ ବାସୀ ତାଙ୍କୁ ଧନ୍ୟବାଦ୍ ଜ୍ଞାପନ ଜଣାଇ ଥିବା ବେଳେ ମଞ୍ଚ ପରିଚାଳନା ରେ ଵବ୍ରୁ ବାହାନ ପ୍ରଧାନ ସୁନ୍ଦର ଭାବେ ପରିବେଷଣ କରିଥିଲେ, ଓ ଦେବେନ୍ଦ୍ର ପ୍ରଧାନ, ଡମ୍ବରୁ ଧର ରାଉତ, କରୁଣା କର ପ୍ରମୋଦ ପ୍ରଧାନ ପ୍ରମୁଖ ସହୋଜୋଗ କରି ଥିଲେ,ଧର୍ମଗଡ ଉପ ଖଣ୍ଡ ପ୍ରତିନିଧି କପୁର ଚ ନ ସେଠି ଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ