“ନୂଆଁ ଖଇର ପାଲି ରେ ଆନ୍ଧ୍ର ଘରେ କଲାକନା ବୁଲାଇ ଚଂପଟ ମାରିଲେ ଦୃର୍ବୁତ୍ତ”
ବରଗଡ:୯/୪(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଚକୁଳି ଫାର୍ମ କୋଶଳ ସ୍କୁଲ ନିକଟରେ ଥିବା ନୂଆଁ ଖଇର ପାଲି କେନାଲ କଡ଼ରେ ରହିଛି କେ ସାବିତ୍ରୀ ଙ୍କ ଘର।ସେ ଗୋଟିଏ ମାସ ହେବ କର୍ଣ୍ଣାଟକ ଜିନ୍ଦଲ ରେ କାମ କରୁଥିବା ପୁଅ କେ ସତିଶ କୁମାର ସହ ରହୁଥିଲେ।ଇତି ମଧ୍ୟରେ ଘର ସମ୍ମୁଖରେ ରହୁଥିବା କେ ସାବିତ୍ରୀ ଙ୍କ ମାଁ ଲକ୍ଷ୍ମୀ ଓ ବଡ ଭଉଣୀ ଙ୍କୁ ଘର ଦେଖାଦେଖି କରିବା ପାଇଁ କହି ପୁଅ ସହ ଯାଇଥିଲେ ଏବଂ ସାବିତ୍ରୀ ଙ୍କ ବଡ ଭଉଣୀ ଙ୍କ ସ୍ବାମୀ ଘର ଦେଖରେଖ ସହ ଘର ଜଗୁଥିଲେ।ହେଲେ କୌଣସି କାରଣ ବଶତଃ ତାଙ୍କ ଶରୀର ଅସୁସ୍ଥ ଥିବାରୁ ସାବିତ୍ରୀ ଘରେ ନରହି ସମ୍ବୁଖରେ ଥିବା ନିଜ ଘରେ ପାଞ୍ଚ ଦିନ ହେବ ଶୋଉଥିଲେ।ଦୃର୍ବୁତ୍ତ ମାନେ ଏହି ସୁଯୋଗ ନେଇ କଳାକନା ବୁଲାଇ ଚମ୍ପଟ ମାରିଥିଲେ।ସାବିତ୍ରୀ ଘରେ ପ୍ରତ୍ୟହ କାର୍ଯ୍ୟରତ ଥିବା ଜଯୁଆ ନାମକ ଏକ ଯୁବକ ସାବିତ୍ରୀ ଙ୍କ ମାଁ ଘରୁ ଚାବିକାଠି ନେଇ ଆଜି ସକାଳ ୬ଟା ରେ ଗେଟ ଖୋଲି ସଫାସୁତୁରା କରିବା ପାଇଁ ଯାଇଥିବା ବେଳେ ଦେଖିବା ମାତ୍ରେ ଭିତର ଗେଟ ର ତାଲା ଭାଙ୍ଗି ତଳେ ପଡିଥିବା ଦେଖି ସାବିତ୍ରୀ ଙ୍କ ସମ୍ବୁଖାରେ ଥିବା ମାଁ ସହ ଆଖପାଖ ବନ୍ଧୁ ପରିଜନ ଙ୍କୁ ଖବର ଦେବା ମାତ୍ରେ ସାବିତ୍ରୀ ଙ୍କ ପୁତୁରା ଭି ଶେଖର ଥାନା କୁ ଖବର ଜଣାଇ ଥିଲେ।ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ସହ ସମ୍ବଲପୁର ସାଇଣ୍ଟି ଫିକ୍ ଟିମ୍ ଅଧିକାରୀ ବିଜୟ ଲକ୍ଷ୍ମୀ ତିର୍କି ଅନୁସନ୍ଦାନୀ କୁକୁର ସହ ଦଳବଳ ପହଞ୍ଚି ଅଧିକରୁ ଅଧିକ ତଦନ୍ତ କରିବା ସମୟରେ ଭିତରେ ରହିଥିବା ଦୁଇଟି କୋଠରୀ ର ଗେଟ ତାଲା ଭାଙ୍ଗିବା ସହ ଆଲମୀରା ଓ ଲକର ର ତାଲା ଭାଙ୍ଗିବା ସହ ଆସବାବ ପତ୍ର ଏପଟ ସେପଟ ଫିଙ୍ଗି ଦେଇ ମୂଲ୍ୟବାନ ଜିନିଷ ପତ୍ର ନେଇ ଫେରାର ମାରିଥିବା ଅନୁମାନ କରାଯାଉଛି।ଯାହା ଖବର ପାଇ କେ ସାବିତ୍ରୀ ପୁଅ ଙ୍କ ସହ ଆସି ଦେଖିବା ମାତ୍ରେ ଚୋରି ହୋଇଥିବା ସମ୍ପୂର୍ଣ ଆକଳନ ଜଣା ପଡ଼ିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ପାଇଛି।