କୋଇଲା ଖଣିର ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ୪ଶ୍ରମିକସଂଗଠନ ଉପଜିଲ୍ଳାପାଳଙ୍କୁ ଦାବି
କୋଇଲା ଖଣିର ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ୪ଶ୍ରମିକସଂଗଠନ ଉପଜିଲ୍ଳାପାଳଙ୍କୁ ଦାବି
ତାଳଚେର, ୧୧/୦୪ ତାଳଚେର ବ୍ଳକ ବଡ଼ଯୋରଡ଼ା ଗ୍ରାମବାସୀଙ୍କ ନିଯୁକ୍ତିକୁ ନେଇ ଭରତପୁର ଖଣି ଆନ୍ଦୋଳନ ଗତ ୪ତାରିଖରୁ ଚାଲିଥିବାରୁ ୬ଦିନ ହେବ ଭରତପୁର ଖଣି କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବା ସହ ଉତ୍ପାଦନ ଓ ପରିବହନ କାର୍ଯ୍ୟ ବନ୍ଦ ରହିଛି । ଖଣିର କର୍ମଚାରୀମାନେ ବିଭିନ୍ନ ସିପ୍ଟିରେ ଗଲେ ତାଙ୍କୁ ସେଠାରୁ ଆନ୍ଦୋଳନକାରୀମାନେ ଫେରାଇଦେଉଛନ୍ତି । ତେଣୁ ଆଗାମୀ ଦିନରେ କାର୍ଯ୍ୟ ନାହିଁ ତ ଦରମା ନାହିଁ ଥିବା ସହ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକ ଓ କର୍ମଚାରୀମାନଙ୍କୁ ଅନ୍ୟତ୍ର ବଦଳି କରିବାକୁ କର୍ତୁପକ୍ଷ ଚିନ୍ତା କରୁଥିବା ବେଳେ ଏହାକୁ ବିରୋଧକରି ଆଜି ୪ଟି ଶ୍ରମିକ ସଂଗଠନ ସଂଘ ଏଚଏମଏସ୍, ବିଏମଏସ୍, ଆଇଏନଟିୟୁସି ଓ ଏଆଇଟିୟୁସିର ଏକହଜାରରୁ ଉର୍ଦ୍ଧ୍ୱ ଶ୍ରମିକମାନେ ତାଳଚେର ଉପଜିଳ୍ଳାପାଳଙ୍କୁ ଭରତପୁର ଖଣି ସ୍ୱାଭାବିକ ପରିସ୍ଥିିତି ଫେଣାଇ ଆଣିବାକୁ ଦାବି କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଆଇଏନଟିୟୁସି ସାଧାରଣ ସମ୍ପାଦକ ସୌଭାଗ୍ୟ ପ୍ରଧାନ, ଏଚଏମଏସ ସାଧାରଣ ସମ୍ପାଦକ ଶଙ୍କର ବେହେରା, ବିଏମଏସ୍ ସାଧାରଣ ସମ୍ପାଦକ ଦିଲ୍ଳୀପ ଖିଲାର୍ ଓ ଏଆଇଟିୟୁସି ସାଧାରଣ ସମ୍ପାଦକ ଏସ୍କେ ଶର୍ମାଙ୍କ ସମେତ ବିଭିନ୍ନ କର୍ମକର୍ତାମାନେ ଉପସ୍ଥିତ ଥିଲେ ।