୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବ ଜିଲ୍ଲା ମହୋତ୍ସବ
ଅନୁଗୋଳ, ତା.୧୨.୦୪:- ଚଳିତ ମାସ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ୩ ଦିନଧରି ଅନୁଗୋଳ ଷ୍ଟାଡିୟମ ଠାରେ ଜିଲ୍ଲା ମହୋତ୍ସବ ଆୟୋଜନ ହେବ। ଜିଲ୍ଲା ମହୋତ୍ସବ ପୂର୍ବରୁ ମଶାଲ ଶୋଭାଯାତ୍ରା ଚଳିତ ମାସ ୨୨ ତାରିଖରେ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ମଶାଲ ଶୋଭାଯାତ୍ରାରେ ଜିଲ୍ଲାର ୪ ଗୋଟି ସ୍ଥାନ ଯଥା-ପାଲଲହଡାର ଖୁଲୁଡି ଶୈବ ପୀଠ, ଆଠମଲ୍ଲିକର ଦେଊଳଝରୀ, ଟିକରପଡାର ଶିବ ମନ୍ଦିର ଓ ପୁରୁଣାଗଡର ଜଗନ୍ନାଥ ମନ୍ଦିର, ଛେଣ୍ଡିପଦାର ବାୟାଣୀ ପୀଠରୁ ମଶାଲ ଆସି ବିଭିନ୍ନ ବ୍ଳକ୍ ପରିକ୍ରମା କରି ସେହିଦିନ ତାଳଚେର ମା’ହିଙ୍ଗୁଳାଙ୍କ ପୀଠରେ ଏକତ୍ରିତ ହୋଇ ଶୈଳଶ୍ରୀକ୍ଷେତ୍ର ମନ୍ଦିର ଠାରେ ସ୍ଥାପିତ ହେବ । ସେହିପରି ମହୋତ୍ସବର ପ୍ରତି ସନ୍ଧ୍ୟାରେ ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରର କଳାକାରମାନେ ନୃତ୍ୟ ପ୍ରଦର୍ଶନ କରିବେ । ଚଳିତ ବର୍ଷ ଯେପରି ସର୍ବସାଧାରଣ ସୁବିଧାରେ ମହୋତ୍ସବକୁ ଊପଭୋଗ କରିପାରିବେ ସେଥିନିମନ୍ତେ କୌଣସି ପାସର ବ୍ୟବସ୍ଥା ରଖାଯାଇ ନାହିଁ । ଜିଲ୍ଲା ମହୋତ୍ସବ ସମୟରେ କବିତା ପାଠୋତ୍ସବ, ଲେଖକ ସମ୍ମିଳନୀ ଓ ଯୋଗ ପ୍ରାଣାୟମ ଶିବିର ମଧ୍ୟ ଆୟୋଜନ କରାଯିବ ସେହିପରି ୫ ଦିନ ଧରି ଚଳିତ ମାସ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପଲ୍ଲିଶ୍ରୀ ମେଳା ମଧ୍ୟ ଆୟୋଜନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୁତ୍ରରୁ ପ୍ରକାଶ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


