ସବୁଜ ଓଡ଼ିଶା ଓ ଜାଗ୍ରତ ଭାରତ ମିଳିତ ଆନୁକୂଲ୍ୟରେ ଆଲୋଚନା ଚକ୍ର ଏବଂ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି
ଯାଜପୁର _ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ପଞ୍ଚାୟତର ମା ଦରିଆ ନାହାକାଣୀ ପୀଠରେ ସବୁବର୍ଷ ଭଳି ଚଳିତ ବର୍ଷରେ ବିଶ୍ଵ ସମୁଦାୟର ଐକ୍ୟ ଭାବ ଭାବନାରେ ସାମ୍ପ୍ରତିକ ସ୍ଥିତି ସଚେତନ ଦୃଷ୍ଟିରୁ ସବୁଜ ଓଡ଼ିଶା ଓ ଜାଗ୍ରତ ଭାରତର ମିଳିତ ଆନୁକୂଲ୍ୟରେ ମା ଦରିଆ ନାହାକାଣୀ ପୀଠ ପରିସରରେ ସାମ୍ବସରିକ ସମାରୋହ, ସମ୍ବର୍ଦ୍ଧନା ଉତ୍ସବ ଓ କବିତା ପାଠୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ପୃର୍ବତନ ପ୍ରଧାନ ଶିକ୍ଷକ ଓ ଓଷ୍ଟାର ବଳିଷ୍ଠ କର୍ମକର୍ତ୍ତା ସୁବାସ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ, ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ଇଞ୍ଜିନିୟର ଓ ସମାଜସେବୀ ନିଳାଦ୍ରୀ ଭୁଷଣ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଂପାଦକ ରମାକାନ୍ତ ମଣ୍ଡଳ,କବି ଓ ସମାଜସେବୀ ସନ୍ତୋଷ କୁମାର ବେହୁରିଆ,କବି ଗୋବିନ୍ଦ ଚନ୍ଦ୍ର ନନ୍ଦ, ପ୍ରାକ୍ତନ୍ନ ଅବସରପ୍ରାପ୍ତ କୁଷି ଉପ ନିର୍ଦ୍ଦେଶକ ଧରଣୀଧର ପାତ୍ର,ଆଳି ନାଗରିକ ମଞର ସଭାପତି ଧନେଶ୍ଵର ରାଉତ, କେନ୍ଦ୍ରାପଡ଼ା ଜିଲ୍ଲା ଜୁନିଅର ରେଡ଼କ୍ରସ ଅଧିକାରୀ ତଥା ପ୍ରଧାନ ଶିକ୍ଷକ ନିରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ଥିଲେ। ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ସାମ୍ବାଦିକ ସରୋଜ କୁମାର ସାହୁ। ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷକ ରନ୍ତ୍ରାକର ସାହୁ। ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଜେନା। ଶିକ୍ଷକ ଲୋତକ ବିନ୍ଦୁ ଦାସ ଓ ଶିକ୍ଷକ ଭାରତ ଭୁଷଣ ମଲ୍ଲୀକ । ନୃତ୍ୟଶିଳ୍ପୀ ସୋମ୍ୟାଜେନା,ଅନୁଶ୍ରୀ ସାହୁ ଓ ସ୍ବାପ୍ନାରାଣୀ ବେହେରା ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ। ଧନ୍ୟବାଦ୍ ଅପଣ କରିଥିଲେ ଅରୁଣ କୁମାର ସାମଲ। କବୟିତ୍ରୀ ସନ୍ନିଭା ଦାଶ, ଗୋବିନ୍ଦ ଚନ୍ଦ୍ର ନନ୍ଦ, ଜିତେନ୍ଦ୍ର ବେହେରା, ଖଗେଶ୍ବର ସାହୁ,ଦିଲ୍ଲୀପ କୁମାର ସାମଲ,ଅଜୟ କୁମାର ମଲ୍ଲୀକ, ଅକ୍ଷୟ କୁମାର ମଲ୍ଲିକ, ଧନେଶ୍ଵର ରାଉତ, ଧନେଶ୍ଵର ଦାଶ , ସନ୍ତୋଷ କୁମାର ବେହୁରିଆ ପ୍ରମୁଖ କବିତା ପାଠ କରିଥିଲେ। ଏହି ସଭାରେ ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲଭିଥିବା ବ୍ୟକ୍ତି ମାନଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପରିଚାଳନାରେ ସହଯୋଗ କରିଥିଲେ ସେମାନେ ହେଲେ କ୍ଷିରୋଦ କୁମାର ସାହୁ, ପ୍ରେମାନନ୍ଦ ସାହୁ,ଅରୁଣ କୁମାର ସାମଲ,ଅଜୟ କୁମାର ମଲ୍ଲୀକ ଓ ଅନ୍ୟମାନେ।
ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ