ବିଶ୍ୱ ହୋମିଓପାଥିକ ଦିବସ ପାଳିତ
ତାଳଚେର, ୨୦-୧୪/୦୪ ତାଳଚେର ବ୍ଳକ ଅନ୍ତର୍ଗତ କଙ୍କିଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ୱ ହୋମିଓ ପାଥିକ ଦିବସ ପାଳିତ ହୋଇଯାଇଛି । ହୋମିଓ ପାଥିକର ଜନକ ଡ଼ାକ୍ତର ସାମୁଏଲ ହାନିମିଆନ୍ଙ୍କର ୨୭୦ତମ ଜୟନ୍ତୀ ଅବସରରେ ଏକ ଆୟୁଷ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା ଓ ପରିଶେଷରେ ଡ଼ାକ୍ତର ସାମୁଏଲ ହାନିମିଆନ୍ଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସ୍ମୃତିଚାରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଳାର ପ୍ରମୁଖ ହୋମିଓପାଥିକ ଚିକତ୍ସକମାନେ ଯୋଗଦେଇ କାର୍ଯ୍ୟକୁ ସାଫଳ୍ୟମଣ୍ଡିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମାଚଂଳରୁ ରୋଗୀମାନେ ଆସି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ହୋମିଓପାଥିକର ଉପକାରୀତା ଓ ଅପକାରିତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଚିକିତ୍ସକମାନେ ସେମାନଙ୍କୁ ଅବଗତ କରାଇଥିଲେ । ଡ଼ାକ୍ତରଖାନାର ଚିକିତ୍ସିକ ଟୁନା ସାହୁଙ୍କ ନେତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା ଏବଂ ଡ଼ାକ୍ତରଖାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।