ଅଷ୍ଟମ ବେତନ କମିଶନ ଏକ ପ୍ରେରଣା
ତାଳଚେର, ୧୦/୦୪ ଗତ ଜାନୁଆରୀ ୨୫ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କେନ୍ଦ୍ର ସରକାର ତାଙ୍କ କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ଘୋଷଣା କରିଛନ୍ତି, ଆଶ୍ଚର୍ଯ୍ୟର କଥା ଏହା କ୍ୟାବିନେଟ୍ ଅନୁମୋଦନ ଲାଭ କରିନାହିଁ କିମ୍ବା ଭାରତଙ୍କ ସରକାରଙ୍କ ଗେଜେଟର ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ କିମ୍ବା କ୍ୟାବିନେଟ ସେକ୍ରେଟେରିଏଟ୍ରେ ମଧ୍ୟ ଏ ସୂଚନା ଜାରି କରିନାହାନ୍ତି । ତିନିମାସ ମଧ୍ୟରେ ବେତନ କମିଶନର ଅଧ୍ୟକ୍ଷ କିମ୍ବା ସଦସ୍ୟମାନଙ୍କ ନାମ ପ୍ରକାଶ ପାଇ ନଥିବାରୁ କମିଶନ ମାତ୍ର ୮ମାସ ମଧ୍ୟରେ ତାଙ୍କ ରିପୋର୍ଟ କିଭଳି କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ସମସ୍ତେ ଜାଣନ୍ତି ଯେ ଅଷ୍ଟମ ବେତନ ଆୟୋଗଙ୍କ ରିର୍ପୋର୍ଟ ୧ଜାନୁଆରୀ ୨୦୨୬ରୁ ଲାଗୁ ହେବ । ତେଣୁ ଏଭଳି ଘୋଷଣା ଦେଶର ସମସ୍ତ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ ନିଛକ ପ୍ରତାରଣ ନୁହେଁତ ଆଇ କ’ଣ? ଦେଶର ମଧ୍ୟବିତ୍ ଓ ନିମ୍ନମଧ୍ୟବିତଙ୍କପ୍ରତି ସର୍ବଦା ଅବହେଳା ପ୍ରଦର୍ଶନ କରୁଥିବା ମୋଦି ସରକାର କୋଭିଡ଼ର ଦ୍ୱାହିଦେଇ ଜୁଲାଇ ୨୦୨୦ ଓ ଜାନୁଆରୀ ୨୦୨୧ର ଦୁଇ କିସ୍ତି ମହଙ୍ଗା ଭତା ପ୍ରଦାନ କଲେ ନାହିଁ ଓ ଠିକ୍ ସେହି ସମୟରେ ୨୦ହଜାର କୋଟି ଟଙ୍କାର ଭିଷ୍ଟା ପ୍ରକଳ୍ପ ନିର୍ମାଣ କଲେ । ପୂର୍ବ ସରକାର ରେଳ ଯାତ୍ରାରେ ବରିଷ୍ଠ ନାଗରୀକଙ୍କ ରିହାତି ପ୍ରଦାନ କରୁଥିବା ବେଳେ ଉକ୍ତ ରିହାତିକୁ ମଧ୍ୟ ମୋଦି ସରକାର ପ୍ରତ୍ୟାହାର କରିନେଲେ ଏଭଳି ଅବିଚାର ଶୀକାର ହେଉଥିବା ମଧ୍ୟବିତ୍ ଓ ନିମ୍ନମଧ୍ୟବିତ୍ ବର୍ଗ ସଚେତନ ହେବା ପାଇଁ ଅଣଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତି ଓଡ଼ିଶାର ପ୍ରାକ୍ତନ ରାଜ୍ୟ ସଭାପତି ତଥା ଓଡ଼ିଶା ରାଜସ୍ୱ ମହାସଂଘର ପ୍ରତିଷ୍ଠାତା ପ୍ରଭାସ ସାହୁ ଏକ ପ୍ରେସ୍ ବିଜ୍ଞପ୍ତ ପାଧ୍ୟମରେ ଏହା ନିବେଦନ କରିଛନ୍ତି ।