ନାରୀ ନିର୍ଯାତନା ଏବଂ ରୋଷେଇ ଗ୍ୟାସ୍ ମୂଲ୍ୟ ବୃଦ୍ଧି ବିରୁଦ୍ଧରେ କଂଗ୍ରେସର ମଶାଲ ଶୋଭାଯାତ୍ରା ଏବଂ ପ୍ରତିବାଦ
ତା ୧୫ ଏପ୍ରିଲ ୨୦୨୫ ।ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ବିଶେଷ କରି ଗଣ ଧର୍ଷଣ , ହତ୍ୟା , ଅପହରଣ, ନାବାଳିକା ମାତୃତ୍ୱ ଆଦି ଜଘନ୍ୟ ଅପରାଧ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ବିଜେପିର ମୋହନ ମାଝି ସରକାରଙ୍କ ବିରୁଦ୍ଧରେ ରାଜ୍ୟ ବ୍ୟାପି କଂଗ୍ରେସ ତରଫରୁ ଆନ୍ଦୋଳନ ଜାରି ରହିଛି । ଏହି କ୍ରମରେ ଆଜି ଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକ୍ ଏବଂ ନଗର ଅଞ୍ଚଳରେ ଜନଗହଳି ପୁର୍ଣ୍ଣ ସ୍ଥାନରେ ବିକ୍ଷୋଭ କରାଯାଇଅଛି । ଏତଦ୍ ବ୍ୟତୀତ ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ରୋଷେଇ ଗ୍ୟାସ୍ ସିଲିଣ୍ଡର୍ ପ୍ରତି ଟ୫୦/- ମୂଲ୍ୟ ବୃଦ୍ଧିକୁ ମଧ୍ୟ ପ୍ରତିବାଦ କରାଯାଇଛି ।ଜିଲ୍ଲା ସଭାପତି ସୁନୀଲ ଦାଶଙ୍କ ନେତୃତ୍ୱରେ ମୁଖ୍ୟ ବଜାରର ସହୀଦ ଵାଜି ରାଉତ ଛକରୁ ଜଵାହାର ଚୌକ ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା କରାଯାଇ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ସଭାରେ ରାଜ୍ୟରେ ମହିଳା ମାନଙ୍କ ଉପରେ ଵଢିଚାଲିଥିଵା ଅତ୍ୟାଚାର ବିରୁଦ୍ଧରେ ନେତା ମାନେ ଭାଷଣ ଦେଇ , ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହେବା ଓ ପିଡିତା ମହିଳା ମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବାରେ ବିଫଳ ହୋଇଥିବା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ଅପହୃତ ବା ନିଖୋଜ ମହିଳା ମାନଙ୍କୁ ଉଦ୍ଧାର କରି ପରିବାରକୁ ସୁରକ୍ଷିତ ଫେରାଇ ଆଣିଵା ସରକାରଙ୍କର ଦାୟିତ୍ଵ ଏବଂ ଯେପର୍ଯ୍ୟନ୍ତ ନାରୀ ମାନଙ୍କୁ ନ୍ୟାୟ ମିଳିନାହିଁ , ସେ ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ ଜାରି ରଖିବ ବୋଲି ସରକାରଙ୍କୁ ଚେତାବନୀ ଦିଆଯାଇଛି । ସଭାରେ ମୋଦି ସରକାରଙ୍କର ସାଧାରଣ ଜନତାଙ୍କୁ ରୋଷେଇ ଗ୍ୟାସ୍ , ପେଟ୍ରୋଲ , ଡିଜେଲ ଉପରେ ମାତ୍ରାଧିକ କର ଲଗାଇ ଶୋଷଣ କରୁଥିବା ବିଷୟରେ ଆଲୋଚନା କରାଯାଇଥିଲା । ୨୦୧୪ ମସିହାରେ କଂଗ୍ରେସର ମନମୋହନ ସିଂହ ସରକାରଙ୍କ ଶାସନ ସମୟରେ ଗ୍ୟାସ୍ ସିଲିଣ୍ଡର୍ ଟ୪୦୦/- ଥିବା ବେଳେ , ମୋଦି ସରକାର ଏହାକୁ କ୍ରମାଗତ ଭାବରେ ବଢାଇଟ୧୧୫୦/ ପର୍ଯ୍ୟନ୍ତ ନେଇ , ନିର୍ବାଚନର ଠିକ୍ ପୂର୍ବରୁ ଟ୮୩୦/ କୁ କମାଇ ଦେଇଥିଲେ । ଏବେ ପୁଣି ଟ୫୦/ ବୃଦ୍ଧି କରିଛନ୍ତି । ସାଧାରଣ ଜନତା ମୋଦି ସରକାରଙ୍କର ଏହି ଶୋଷଣ ବିଷୟରେ ଜାଣି ମଧ୍ୟ କାହିଁକିଯେ ତାଙ୍କୁ ବାରମ୍ବାର ଭୋଟ୍ ଦେଇ କ୍ଷମତାସୀନ କରୁଛନ୍ତି , ତାହା ବିଡ଼ମ୍ବନାର ବିଷୟ । ଆଜିର ଶୋଭାଯାତ୍ରାରେ ପିସିସି ପର୍ଯ୍ୟବେକ୍ଷକ ଚିନ୍ମୟ ସୁନ୍ଦର ଦାସ , ବିଶ୍ୱଜିତ ଦାସ , ବିଧାନସଭା ପ୍ରାର୍ଥୀ**** , ବରିଷ୍ଠ ନେତା***** ପ୍ରମୁଖ ଯୋଗ ଦେଇ ପ୍ରତିବାଦର ସ୍ୱରକୁ ଶାଣିତ କରିଥିଲେ । ଶ୍ରୀ **** ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । Santanu sahoo, Tushar Kanti Nayak, Binay Kumar Sahu,Gayaram Sethi, Urmil Das, Smita Rani samal,samsida tayab,Abhinas panda,Benudhar sahoo, Saroj Satpathy,