ବିରାଟକାୟ ଅହିରାଜ ସାପକୁ କାବୁକଲେ ସ୍ନେକ ହେଲ୍ପଲାଇନର ସଦସ୍ୟ ରୁଦ୍ର
ହିନ୍ଦୋଳ :16/04/2025ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ମାଧପୁର ପଂଚାୟତ ଅନ୍ତର୍ଗତ କୋଡିଭଙ୍ଗା ଇଲେକ୍ଟ୍ରି ସବଷ୍ଟେସନ ନିକଟରେ ଆଜି ଏକ ବିରାଟକାୟ ଅହିରାଜ ସାପକୁ ସ୍ଥାନୀୟ ଲୋକ କିଛି ଦେଖିଥିଲେ, ଏହି ଖବର ପ୍ରସାରିତ ହେବା ଫଳରେ ସାପ ଦେଖିବାପାଇଁ ପାଖ ଅଂଚଳରୁ ବହୁତ ଲୋକଙ୍କର ସୁଅ ଛୁଟିଥିଲା। ସାପଟିକୁ ଉଦ୍ଧାର କରିବାପାଇଁ ଯୁବ ସମାଜସେବୀ ବାବୁ ପଣ୍ଡା ଙ୍କ ଠାରୁ ଖବରପାଇ, snake helpline ର ସଦସ୍ୟ ରୁଦ୍ର ନାରାୟଣ ନାଏକ ଓ ତାଙ୍କ ସାଥି ସେଠାରେ ପହଂଚି ସାପଟିକୁ ଉଦ୍ଧାର କରିଥିଲେ। ହିନ୍ଦୋଳ ରୁ ସୁବ୍ରତ ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ.