“ସମନ୍ୱିତ ପ୍ରାଥମିକ ଶିକ୍ଷକ ସଂଘ ,ଅତାବିରା ଆନୁକୁଲ୍ୟରେ ଶିକ୍ଷା ସମ୍ମିଳନୀ ଓ ସ୍ବାଗତ ସମ୍ବର୍ଦ୍ଧନା”

ବରଗଡ:୧୬/୪(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଅତାବିରା ଦୂର୍ଗା ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ସମନ୍ୱିତ ପ୍ରାଥମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ ଏକ ଶିକ୍ଷା ସମ୍ମିଳନୀ ଓ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ, ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୟ କୁମାର ଶୟେ, ଅତାବିରା ବ୍ଲକ୍ ଶିକ୍ଷା ଅଧିକାରୀ ରତ୍ନମୟୀ ପୁରୋହିତ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସାହୁ ଗୁଣାତ୍ମକ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଶିକ୍ଷକ ମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ପୁରୋହିତ ଶିକ୍ଷା କ୍ଷେତ୍ରରେ ଶିକ୍ଷକ ମାନଙ୍କ ସକାରାତ୍ମକ ମନୋଭାବ ରହିବା ଦିଗରେ ଆଲୋଚନା କରିଥିଲେ ।ବ୍ଲକ୍ ତଥା ଜିଲ୍ଲା କୁ ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ଅଗ୍ରଣୀ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶ୍ରୀ ସୟେ ଆହ୍ଵାନ କରିଥିଲେ । ଅବସର ପ୍ରାପ୍ତ ଶିକ୍ଷକ ବେଣୁଧର ମିଶ୍ର, ଏ ବି ଇ ଓ କାର୍ତ୍ତିକ ବାଗ ଏହି ଅବସରରେ ମଞ୍ଚାସିନ ରହିଥିଲେ ।ଏହି କାର୍ଯ୍ୟକ୍ରମ ର ଦ୍ଵିତୀୟ ପର୍ଯ୍ୟାୟର ସଂଘ୍ ର ନୂତନ କର୍ମକର୍ତ୍ତା ଚୟନ ଉପଦେଷ୍ଟା ତଥା ଅବସର ପ୍ରାପ୍ତ ଶିକ୍ଷକ ସଂଘ ର ସଭାପତି ନିଶିକାନ୍ତ ପଣ୍ଡା, ବରିଷ୍ଠ ନାଗରିକ ସଂଘର ର ପୂର୍ବତନ ସଭାପତି ବେଣୁଧର ମିଶ୍ର,ଭୋଲାନଥ ପ୍ରଧାନ ଓ ପଞ୍ଚାନନ ନାଥ ଙ୍କ ତତ୍ତ୍ଵାବଧାନରେ ରେ କରାଯାଇଥିଲା । ନୂତନ ସଭାପତି ଭାବରେ ରଶ୍ମି ରଞ୍ଜନ ସାହୁ, ସମ୍ପାଦକ ବିରେନ୍ଦ୍ର ଭୋଇ, ସହ ସଂପାଦକ ଲୋକନାଥ ମହାନନ୍ଦ,କୋଷାଧ୍ୟକ୍ଷ ରବି ପ୍ରଧାନ, ସମୀକ୍ଷକ ସତିଶ କାଲୋ ଏବଂ ସରୋଜ ପ୍ରଧାନ,ଉପ ସଭାପତି ସୁଜାତା ପଧାନି ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା । ଅବଶିଷ୍ଟ ୧୦ ଜଣ ସଭ୍ୟ ସଭ୍ୟା ମାନଙ୍କୁ କ୍ଲଷ୍ଟର ସ୍ତରରୁ ମନୋନୀତ କରିବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଆଗତ ଓ ଗୃହୀତ କରାଯାଇଥିଲା । ଶିକ୍ଷକ ମନୋରଞ୍ଜନ ମିଶ୍ର ଉଭୟ ପର୍ଯ୍ୟାୟରେ ମଞ୍ଚ ପରିଚାଳନା କରିଥିବା ବେଳେ ସନ୍ତୋଷ କର ଧନ୍ୟବାଦ୍ ଅର୍ପଣ କରିଥିଲେ । ରଶ୍ମୀ ରାଣୀ ନନ୍ଦ ଓ ସାଥୀ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ମୀମାଂସା ଯୋଶୀ ସୁନ୍ଦର କଣ୍ଠ ସଙ୍ଗୀତ ମାଧ୍ୟମରେ ଅତିଥି ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ର ସମସ୍ତ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରୁ ୪୦୦ ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।
